ଓଡ଼ିଶାର ସମ୍ଭବଙ୍କୁ ମିଳିଲା ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର

ନୂଆଦିଲ୍ଲୀ,୨୪।୧ :ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୧ ଜଣ ପିଲାଙ୍କୁ ଚଳିତ ବର୍ଷର ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିଛନ୍ତି । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମ  ୧୧ ଅସାଧାରଣ ପିଲାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି । କାର୍ଯ୍ୟକ୍ରମରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଏବଂ ରାଷ୍ଟ୍ରମନ୍ତ୍ରୀ ମୁଞ୍ଜପାରା ମହେନ୍ଦ୍ରଭାଇ ଉପସ୍ଥିତ ଥିଲେ । ଓଡିଶାରୁ ପାଇଲେ ସମ୍ଭବ ମିଶ୍ର। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ କଳା ଓ ସଂସ୍କୃତି ବର୍ଗରେ ଓଡିଶାର ସମ୍ଭବ ମିଶ୍ର ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର-2023 ପାଇଛନ୍ତି । ପୁରସ୍କୃତ  ୧୧ଜଣଙ୍କ ମଧ୍ୟରେ ସମ୍ଭବ ଅନ୍ୟତମ । ଓଡ଼ିଶାର ସମ୍ଭବ ମିଶ୍ରଙ୍କୁ   ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରୀୟ ବାଲ୍ ପୁରସ୍କାର-୨୦୨୩ରେ ସମ୍ମାନିତ କରିଛନ୍ତି। ସମ୍ଭବଙ୍କୁ କଳା ଓ ସଂସ୍କୃତି ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଛି। ସୋମବାର ଦିନ ରାଷ୍ଟ୍ରପତି ସମ୍ଭବଙ୍କ ସମେତ ଦେଶର ୧୧ ଜଣ ବାଳକ ଓ ବାଳିକାଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର-୨୦୨୩ରେ ପୁରସ୍କୃତ କରିଥିଲେ। ପୁରସ୍କାର ବାବଦରେ ପ୍ରତ୍ୟେକଙ୍କୁ ଏକ ଲକ୍ଷ ଟଙ୍କାର ଅର୍ଥ ରାଶି, ମେଡାଲ ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।ଚଳିତ ବର୍ଷ କଳା ଓ ସଂସ୍କୃତି କ୍ଷେତ୍ରରେ ୪ ଜଣ, କ୍ରୀଡ଼ା ପାଇଁ ୩ ଜଣ, ନବସୃଜନ ପାଇଁ ୨ ଜଣ, ସମାଜସେବା ଏବଂ ବୀରତ୍ବ କ୍ଷେତ୍ରରେ ଜଣେ ଲେଖାଏଁ ପୁରସ୍କୃତ ହୋଇଛନ୍ତି। ପୁରସ୍କୁତ ୧୧ ଜଣ ବାଳକବାଳିକା ୧୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର। ଆସନ୍ତାକାଲି ଏମାନଙ୍କ ସହ ପ୍ରଧାନମନ୍ତ୍ରୀ ଭାବ ବିନିମୟ କରିବେ। ଆଜି ବିଜ୍ଞାନ ଭବନରେ ଅନୁଷ୍ଠିତ ପୁରସ୍କାର ପ୍ରଦାନ ସମାରୋହରେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଜୁବିନ ଇରାନୀ, କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ମୁଞ୍ଜପାରା ମହେନ୍ଦ୍ରଭାଇଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: