ଓଡ଼ିଶା ମୋ ପରିବାର ତରଫରୁ ରକ୍ତଦାନ ଶିବିର

ମହାକାଳପଡ଼ା,୧୯/୦୫:-ମହାକାଳପଡ଼ା ବ୍ଳକ ଜୟଚନ୍ଦ୍ରପୁର ସ୍ଥିତ ତାରେଣୀ ମହାବିଦ୍ୟାଳୟ ପରିସରରେ ଓଡ଼ିଶା ମୋ ପରିବାର ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୪୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ମହାମାରୀ କୋଭିଡ଼୍ ସମୟରେ ବିଭିନ୍ନ ରୋଗୀମାନଙ୍କର ରକ୍ତ ଆବଶ୍ୟକତା କରୁଥିବା ବେଳେ ଏହି ରକ୍ତ ଅନେକମାତ୍ରାରେ ଲୋକମାନଙ୍କୁ ସହାୟକ ହେବ । ବିଜୁ ଜନତା ଦଳର ଯୁବ, ଛାତ୍ର ତଥା ମୋ ପରିବାରର ସ୍ୱେଚ୍ଛାସେବୀ ମାନଙ୍କ ଉଦ୍ୟମରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହାକାଳପଡ଼ା ବିଧାୟକ ତଥା ଓଡ଼ିଶା ମୋ ପରିବାରର ସହମୁଖ୍ୟ ଅତନୁ ସବ୍ୟସାଚୀ ନାୟକ ଯୋଗଦେଇ ରକ୍ତ ଦାତା ମାନଙ୍କୁ ସାବାସି ଜଣାଇଥିଲେ । ଏଥିସହ ତାଙ୍କ ଉଦ୍ୟମରେ ବିଭିନ୍ନ ସ୍ଥାନରେ ଏହିଭଳି ରକ୍ତଦାନ ଶିବିର ଅନୁଷ୍ଠିତ ହେଉଛି । ଲୋକମାନଙ୍କର ବିପତି ବେଳେ ଏହି ରକ୍ତଦାନ ଶିବିର ଲୋକମାନଙ୍କ ଆବଶ୍ୟକତାକୁ ପୁରଣ କରିପାରିବ ବୋଲି ଆୟୋଜକମାନେ କହିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: