ମାଲକାନଗିରି,୮/୬( ଶ୍ରୀନିବାସ ପଣ୍ଡା):- ମାଲକାନଗିରି ସହର ମଧ୍ୟରେ ଥିବା ଔଷଧ ଦୋକାନରୁ ଆଜି ଗୋଟିଏ ଅଜଗର ସାପ ଉଦ୍ଧାର ହେଇଛି। ଜିଲ୍ଲା ସଦର ମହକୁମା ନିକଟସ୍ଥ ବାଲିମେଳା ଛକରୁ ଚାରିସହ ମିଟର ଦୂରରେ ଶ୍ୟାମ ମେଡିକାଲ ଷ୍ଟୋର ମଧ୍ୟରୁ ଗୋଟିଏ ଅଜଗର ସାପ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଧରିଛନ୍ତି। ଆଜି ସକାଳେ ଶ୍ୟାମ ମେଡ଼ିକାଲ ଷ୍ଟୋର ମାଲିକ ଖାଲି ହେଇଥିବା ମେଡ଼ିସିନ ପେଟି ଗୁଡିକ ଦୋକାନ ସଂଲଗ୍ନ ପଛ କୋଠରୀକୁ ରଖିବାକୁ ନେବା ସମୟରେ ସାପର ଗର୍ଜନ ଶୁଣି ସ୍ନେକ ହେଲ୍ପ ଲାଇନ କୁ ଫୋନ କରିବାରୁ, ହେଲ୍ପ ଲାଇନ ସଦସ୍ୟ ଆସି ସାପଟିକୁ ଧରିଥିଲେ। ଏଠାରେ ପ୍ରକାଶ କରୁକି ସହର ମଧ୍ୟରୁ ଅଜଗର ସାପ ଲୋକଙ୍କ ଆବାସ ସ୍ଥଳରୁ ଧରା ପଡିବା ସାଧାରଣ କଥାରେ ପରିଣତ ହେଲାଣି। ଗୋଟିଏ ମାସରେ ତିନୋଟି ଅଜଗର ସାପ ଲୋକଙ୍କ ଘରୁ ଉଦ୍ଧାର ହେବା ଚିନ୍ତାର ବିଷୟ। ଆଜି ଧରାପଡିଥିବା ସାପର ଲମ୍ବ ପାଞ୍ଚ ଫୁଟ ହେବା ଅନୁମାନ କରାଯାଉଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |