ନୂଆଦିଲ୍ଲୀ୧୮/୪: କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ବାସଭବନରେ ତିନି ଦିନ ମଧ୍ୟରେ ଦ୍ୱିତୀୟଥର ପାଇଁ ପୁଣି ଥରେ ବରିଷ୍ଠ ନେତାମାନଙ୍କର ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି। ତେବେ ସବୁଠାରୁ ବଡ଼ କଥା ହେଉଛି ଏହି ବୈଠକ ମଧ୍ୟରେ ପିଡିପି ମୁଖ୍ୟ ମହବୁବା ମୁଫ୍ତି କଂଗ୍ରେସ ଅଧ୍ୟକ୍ଷଙ୍କ ବାସଭବନରେ ପହଞ୍ଚିଛନ୍ତି। ଏହାକୁ ନେଇ ଏବେ ମହବୁବା ପୁଣିଥରେ କଂଗ୍ରେସ ସହ ମେଣ୍ଟ କରିବା ନେଇ ଚର୍ଚ୍ଚା ଜୋର୍ ଧରିଛି। ଏହା ପୂର୍ବରୁ ଶନିବାର ଦିଲ୍ଲୀରେ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ବାସଭବନରେ ହୋଇଥିବା ବୈଠକ ପ୍ରାୟ ୪ ଘଣ୍ଟା ଧରି ଚାଲିଥିଲା। ଏହି ବୈଠକରେ ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର କହିଥିଲେ ଯେ କଂଗ୍ରେସ ଦଳକୁ ୩୭୦ ଆସନରେ ଧ୍ୟାନ ଦେବାକୁ ପଡ଼ିବ। ୟୁପି,ବିହାର ଓ ଓଡ଼ିଶାରେ ଦଳକୁ ଏକାକି ନିର୍ବାଚନ ଲଢ଼ିବା ପାଇଁ ସେ ପରାମର୍ଶ ଦେଇଥିଲେ। ଏହା ସହିତ ପିକେ କହିଥିଲେ ଯେ ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରରେ ମେଣ୍ଟ କରି ନିର୍ବାଚନ ଲଢ଼ିବା ଆବଶ୍ୟକ। ତେବେ ପ୍ରଶାନ୍ତ କିଶୋରଙ୍କ ପରାମର୍ଶକୁ ରାହୁଲ ଗାନ୍ଧୀ ମଧ୍ୟ ସମର୍ଥନ କରିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |