କଂଗ୍ରେସ ଏବଂ ବିଜେଡ଼ି ଦଳ ଛାଡ଼ି ବିଜେପିରେ ଯୋଗଦେଛନ୍ତି ଯୁବନେତା

ପୂର୍ବତନ ବିଧାୟକଙ୍କ ପ୍ରତି ବଢ଼ୁଛି ଆସ୍ଥା

ରାଜକନିକା, ୭ା୧୧: ରାଜକନିକା ବ୍ଲକ୍ ଅନ୍ତର୍ଗତ ବଡ଼ାଗର ବଗିଚା ଠାରେ ଏକ ମିଶ୍ରଣ ସଭା ଅନୁଷ୍ଠିତ ହୋଇଯାଇଛି । କଂଗ୍ରେସ ଏବଂ ବିଜେଡ଼ି ଦଳ ଛାଡ଼ି ବିଜେପି ଦଳରେ ଯୋଗଦେଇଛନ୍ତି କାଟଣା ବଣିଆଁ ଗ୍ରାମ ପଂଚାୟତର ଶତାଧିକ ଯୁବ କର୍ମକର୍ତା । ଆଳିର ପୂର୍ବତନ ବିଧାୟକ ତଥା ତଥା ବରିଷ୍ଠ ବିଜେପି ନେତା ଦୋଳ ଗୋବିନ୍ଦ ନାୟକଙ୍କ ପ୍ରତି ଆସ୍ଥା ପ୍ରକଟ କରି ପ୍ରତିଦିନ ବହୁ ଯୁବ କଂଗ୍ରେସ ନେତା, ସଂଗଠକ ଏବଂ ସାମାଜିକ ର୍କମୀ ମାନେ ବିଜେପି ଦଳରେ ସାମିଲ ହେଉଛନ୍ତି । କାଟଣା ବଣିଆଁ ଗ୍ରାମ ପଂଚାୟତର ଯୁବ କଂଗ୍ରେସ ନେତା ପ୍ରକାଶ ଦାସଙ୍କ ସହିତ ପୂର୍ବତନ ସମିତି ସଭ୍ୟ ପ୍ରାର୍ଥୀ ମାନସ ମଲ୍ଲିକ, ଅନାଦି ସାମଲ, ପ୍ରିୟ ରଞ୍ଜନ ଦ୍ୱିବେଦୀ, ମଳୟ ନାୟକ, ନିରୋଦ ସାମଲ, ପଂଚାୟତ ସାମାଜିକ ସଂଗଠନର ମୁଖ୍ୟ ନଳିନୀ ସାହୁଙ୍କ ସହିତ ଶତାଧିକ କଂଗ୍ରେସ ଓ ବିଜେଡ଼ି ଦଳର ଯୁବ କର୍ମୀମାନେ ଆନୁଷ୍ଠାନିକ ଭାବେ ବିଜେପି ଦଳରେ ଯୋଗଦେଇଛନ୍ତି । ପୂର୍ବତନ ବିଧାୟକଶ୍ରୀ ନାୟକ ନୂତନ ଯୁବନେତା ମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ଦଳକୁ ସ୍ୱାଗତ କରିଥିଲେ । ପୂର୍ବତନ ବିଧାୟକ ଶ୍ରୀନାୟକ ଆଳି ନିର୍ବାଚନ ମଣ୍ଡଳୀରେ ଜନହିତକର ଯୋଜନା ସହିତ ଆଂଚଳିକ ଉନ୍ନୟନ କାର୍ଯ୍ୟ କରିବାରେ ଅଗ୍ରଣୀ ରହିଛନ୍ତି । ତାଙ୍କ ସମୟରେ ହିଁଁ ଆଳି ଏବଂ କନିକାରେ ବହୁ ଉନ୍ନତିମୂଳକ କାର୍ଯ୍ୟ କରିଛନ୍ତି । ତେଣୁ ତାଙ୍କ ନେତୃତ୍ୱକୁ ସମର୍ଥନ ଜଣାଇବା ସହିତ ତାଙ୍କ କାର୍ଯ୍ୟଧାରାକୁ ଅଗ୍ରଗତି କରିବାରେ ସହାୟକ ହେବା ନେଇ ଆଶା ପ୍ରକଟକରିଛନ୍ତି ବୋଲି ଯୁବ ନେତା ମାନେ କହିଛନ୍ତି । ବିଷ୍ଣୁ ଚରଣ ଦାସ, ସମୀର ପଣ୍ଡା, ବିଶ୍ୱନାଥ ପରିଡ଼ା ଏବଂ ଜଗନ୍ନାଥ ନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: