କଂଗ୍ରେସ ଦଳ ତରଫରୁ କରୋନା ଆକ୍ରାନ୍ତଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ମୁନିଗୁଡା,୧୨/୬(ନନ୍ଦ କିଶୋର ପଟ୍ଟନାୟକ):ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଶିବପଦର ଗ୍ରାମ ପଞ୍ଚାୟତର ହାତୀପଦର ଗ୍ରାମରେ ମୁନିଗୁଡା କଂଗ୍ରେସ ଦଳ ତରଫରୁ ଶୁଖିଲା ଖାଦ୍ୟ, ମାସ୍କ ଓ ସାନିଟାଈଜର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ କୋରାନର ଦ୍ଵିତୀୟ ଲୋହରୀରେ ଗତ କିଛି ଦିନ ତଳେ ହାତୀପଦର ଗ୍ରାମରେ 54 ଜଣ କୋରାନରେ ଆକ୍ରାନ୍ତ ହୋଇଥିଲେ l ଏହି ସମୟରେ ଗ୍ରାମରେ ଲୋକେ କରୋନା ହେତୁ ବିଭିନ୍ନ ସମସ୍ୟାକୁ ନେଇ ଅସୁବିଧାର ସମ୍ମୁଖୀନ ହେଉଥିବ ଖବର ପାଇବା ପରେ ମୁନିଗୁଡା ବ୍ଲକ କଂଗ୍ରେସର ପୂର୍ବତନ ବ୍ଲକ ସଭାପତି ଚନ୍ଦ୍ରଶେଖର ବେହେରା,ପୂର୍ବତନ ବିଧାନସଭା ଯୁବ ସଭାପତି ସିପୁନ ଶତପଥୀ,ବରିଷ୍ଠ କଂଗ୍ରେସ ନେତା କେଶବ ସାହୁକାର ପ୍ରମୁଖଙ୍କ ସମେତ ଅନ୍ୟ ଦଳୀୟ ନେତା ଓ କର୍ମୀ ମାନେ ହାତୀପଦର ଗ୍ରାମକୁ ଯାଇ ବିଭିନ୍ନ ସମସ୍ୟା ସମ୍ପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା କରିବା ସହ କରୋନାରେ ଆକ୍ରାନ୍ତ ଥିବା 54 ଜଣଙ୍କୁ ଓ ଅନ୍ୟ ଗରିବ ଓ ଅସହାୟଙ୍କୁ ଶୁଖିଲା ଖାଦ୍ୟ ଚାଉଳ, ଆଳୁ, ପିଆଜ,ସୋୟାବୋଡି ସହ ମାସ୍କ ଓ ସାନିଟାଈଜର ବଣ୍ଟନ କରିଥିଲେ l ପରେ ଗ୍ରାମର ଅନ୍ୟ ମାନଙ୍କୁ ମାସ୍କ ବ୍ୟବହାର କରିବା,ସାମାଜିକ ଦୂରତା ରକ୍ଷା କରିବା,କୌଣସି ଜରୁରୀ କାମ ନଥିଲେ ବାହାରକୁ ନବାହାରିବା, ସବୁବେଳେ ସାବୁନରେ ହାତ ଧୋଇବା,ସାନିଟାଈଜର ସବୁବେଳେ ବ୍ୟବହାର କରିବା ଭୋଳି ବିଭିନ୍ନ କରୋନା ସମ୍ପର୍କିତ ଉପରେ ସଚେତନତା କରିଥିଲେ l ଗ୍ରାମବାସୀ ମାନେ ଶୁଖିଲା ଖାଦ୍ୟ ଗ୍ରହଣ କରି ଖୁସି ବ୍ୟକ୍ତ କରିଥିବା ବେଳେ ଆଗାମୀ ଦିନରେ ଅନ୍ୟ ଗ୍ରାମ ମାନଙ୍କରେ ମଧ୍ୟ ଗରିବ ଓ ଅସହାୟ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯିବ ବୋଲି ମୁନିଗୁଡା କଂଗ୍ରେସର ପୂର୍ବତନ ବ୍ଲକ ସଭାପତି ଚନ୍ଦ୍ରଶେଖର ବେହେରା ପ୍ରକାଶ କରିଛନ୍ତି l

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: