କଂଗ୍ରେସ ଭବନକୁ ଆସି କଣ କହିଲେ ସୁର…

ଭୁବନେଶ୍ଵର,୨୭/୪: କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କଂଗ୍ରେସ ଭବନକୁ ଆସି ସେ ଲିଖିତ ଭାବେ କାରଣ ଦର୍ଶାଅ ନୋଟିସର ଜବାବ ରଖିଛନ୍ତି । ନିରଞ୍ଜନ ପଟ୍ଟନାୟକ ଓ ଜୟଦେବ ଜେନାଙ୍କ ମଧ୍ୟ ପିସିସି ସଭାପତି ହୋଇ ନବୀନଙ୍କ କଥା କହିଥିଲେ। ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଲାନି। ଆମେ ଦିନକୁ ୧୮ ଘଣ୍ଟା କାମ କରୁଛୁ। ତାରା, ସାଲୁଜା ବହୁ ବିଶୃଙ୍ଖଳିତ ମନ୍ତବ୍ୟ ଦେଇଛନ୍ତି। ସେମାନଙ୍କ ପାଇଁ ଶୃଙ୍ଖଳା କମିଟି ନାହିଁ ବୋଲି ପ୍ରଶ୍ନ କଲେ। ମୋ ଉପରେ କାର୍ଯ୍ୟାନୁଷ୍ଠାନ ହେଲେ ଖାତିର ନାହିଁ ବୋଲି କହିଛନ୍ତି ସୁରେଶ ରାଉତରାୟ। ସୂଚନାଯୋଗ୍ୟ, କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା। ସୁର ରାଉତରାୟଙ୍କୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଚିଠି ଲେଖିଥିଲେ। ପିସିସି ସଭାପତି ଚିଠିରେ ଉଲ୍ଲେଖ କରିଥିଲେ ଯେ, ଖୁବ୍‌ ନିକଟରେ ବିଭିନ୍ନ ଗଣମାଧ୍ୟମରେ କଂଗ୍ରେସ ଦଳର ଆଭ୍ୟନ୍ତରୀଣ ବ୍ୟାପାର ସଂପର୍କରେ ଆପଣ ମନ୍ତବ୍ୟ ଦେଇ କହିଥିଲେ ଯେ, କଂଗ୍ରେସ ଦଳର ସଭାପତି କିଏ ହେବେ ସେ ସଂକ୍ରାନ୍ତରେ ନବୀନ ବାବୁ ନିଷ୍ପତ୍ତି ନିଅନ୍ତି। ଏହି ଖବର ପ୍ରକାଶିତ ହେବା କଂଗ୍ରେସ ପାଇଁ ଅତ୍ୟନ୍ତ କ୍ଷତିକାରକ ଓ ଏଥିପାଇଁ ଦଳ ସମାଲୋଚିତ ହେବା ସହ ଭାବମୂର୍ତ୍ତି କ୍ଷୂର୍ଣ୍ଣ ହୋଇଛି। ଆପଣଙ୍କ ଭଳି ଜଣେ ବରିଷ୍ଠ ନେତାଙ୍କ ପକ୍ଷେ ଏଭଳି ବୟାନ ଶୋଭା ପାଉନାହିଁ। କେଉଁ ପରିସ୍ଥିତିରେ ଆପଣ ଏଭଳି ମନ୍ତବ୍ୟ ପ୍ରଦାନ କଲେ ସେ ସଂପର୍କରେ ସନ୍ତୋଷଜନକ ଉତ୍ତର ଖୁବ୍‌ଶୀଘ୍ର ପ୍ରଦାନ କରିବାକୁ ଅନୁରୋଧ କରୁଅଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: