:ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର
କାଶୀପୁର,୨/୩:ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକଅନ୍ତର୍ଗତ କଂସାରି ଗୁଡ଼ା ଠାରେ ଆଦିତ୍ୟ ବିର୍ଲା ଗ୍ରୁପ ହିଣ୍ଡାଲ କୋ କମ୍ପାନୀର ପ୍ରସ୍ତାବିତ ଆଲୁମିନିୟମ ପ୍ରକଳ୍ପ ତୁରନ୍ତ ପ୍ରତିଷ୍ଠା ନଚେତ ଅଧିଗ୍ରହଣ ଜମି ଫେରସ୍ତ ସହ କ୍ଷତିପୂରଣ ଦାବିରେ ଆଜି ଜମିହରା,ବିସ୍ଥାପିତ,ପ୍ରଭାବିତ ପରିବାର ପକ୍ଷରୁ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ କାଶୀପୁର ଏବଂ ଲକ୍ଷ୍ମୀପୁର ତହସିଲଦାର ଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରାଯାଇଛି।ପ୍ରକଳ୍ପ ରେ ଜମିହରା, ପ୍ରଭାବିତ ବିସ୍ଥାପିତ ପରିବାରର କାଶୀପୁର, ଲକ୍ଷ୍ମୀପୁର ଏବଂ ଦଶମନ୍ତ ପୁର ବ୍ଲକର ପାଞ୍ଚ ଶହରୁ ଅଧିକ ମହିଳା ପୁରୁଷ ହାତରେ ପ୍ଲା କାର୍ଡ଼ ଧରି ସିଙ୍ଗାରାମ ରେଳ ଷ୍ଟେସନ ନିକଟରୁ ବାହାରି ଫୁଲଜବା ଗ୍ରାମ ନିକଟରେ ନିର୍ମିତ ହିଣ୍ଡାଲ କୋ ର ଅସ୍ଥାୟୀ କାର୍ଯ୍ୟଳୟ ନିକଟ ପର୍ଯ୍ୟନ୍ତ ଯାଇଥିଲେ ।କାର୍ଯ୍ୟାଳୟ ବାହାରେ ପ୍ରଶାସନ ପକ୍ଷରୁ ଆୟୋଜିତ ଆଲୋଚନା ବୈଠକରେ ଯୋଗ ଦେଇ ତୁରନ୍ତ ପ୍ରସ୍ତାବିତ କାରଖାନା ପ୍ରତିଷ୍ଠା ବିନା କୋଡିଙ୍ଗା ମାଳି ଖଣି ଖନନ ବନ୍ଦ କରିବା ପାଇଁ ଦାବି କରାଯାଇଛି ।ଉପସ୍ଥିତ ଲକ୍ଷ୍ମୀପୁର ତହସିଲଦାର ଉପେନ୍ଦ୍ର ଲୋହାର ଏବଂକାଶୀପୁର ତହସିଲଦାର ଶରତ ଶବର ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟ ରେଦାବି ପତ୍ର ପ୍ରଦାନ କରାଯାଇଛି ।ପୂର୍ବତନ ଲକ୍ଷ୍ମୀପୁର ବିଧାୟକ କୈଳାସ କୁଳେଶିକା, ଡ଼ଉଲ ରତ୍ନ ଚୌଧୁରୀ, ଅଖିଳ ଝୋଡ଼ିଆ,ଅଗସ୍ତି ହଲବା, ରାଜେନ୍ଦ୍ର ଦୁରିଆ,ସୁରେନ୍ଦ୍ର ବାଘ, ପାରଦା କୁଳିଶିକା, ଦିବାକର ମାଝୀ,ମହେଶ୍ୱର ହିକକା, କାଶୀନାଥ ମାଝୀ, ଦୀନବନ୍ଧୁ ଝୋଡ଼ିଆ, ପୁରସ୍ତମ୍ ଜାନି,ମହେଶ୍ୱର ଝୋଡ଼ିଆ ପ୍ରମୁଖ ଙ୍କ ନେତୃତ୍ୱରେ ଦାବି ପତ୍ର ପ୍ରଦାନ କରାଯାଇଥିଲା ।ସୂଚନା ଯୋଗ୍ୟ କାଶୀପୁର ବ୍ଲକ କଂସାରି ଗୁଡ଼ା ଠାରେ ହିଣ୍ଡାଲ କୋ ର ପ୍ରସ୍ତାବିତ ଆଲୁମିନିୟମ ପ୍ରକଳ୍ପ ପ୍ରତିଷ୍ଠା ଏବଂ କୋଡିଙ୍ଗା ମାଳି ରୁ ବକ୍ସାଇଟ ଖଣିଜ ପରିବହନ ବନ୍ଦ ଦାବିରେ ଆଜି ଜମି ହରା, ବିସ୍ଥାପିତ ପ୍ରଭାବିତ ଅଞ୍ଚଳ ବାସୀ ମାନେ ରେଳ ଏବଂ ରାସ୍ତା ରୋକ ଆନ୍ଦୋଳନ ଡାକରା ଦେଇଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |