ମୁମ୍ବାଇ ୦୯/୦୯ : କଙ୍ଗନା ମୁମ୍ବାଇରେ ପହଞ୍ଚିବା ପୂର୍ବରୁ ବିଏମସି ତାଙ୍କ ଅଫିସରେ ନୋଟିସ ଲଗାଇଥିଲା | ବିଏମସି କର୍ମଚାରୀ ତାଙ୍କ ଅଫିସରେ ପହଞ୍ଚିଥିଲେ | କଙ୍ଗନାଙ୍କ ଅଫିସରେ ଅବୈଧ ନିର୍ମାଣ ନେଇ ବିଏମସି ନୋଟିସ ଜାରି କରିଥିଲା | କଙ୍ଗନା ଟ୍ୱିଟ କରି କହିଛନ୍ତି ଯେ, କଙ୍ଗନା ନିଜ ଅଫିସକୁ ରାମ ମନ୍ଦିର ବୋଲି ଦର୍ଶାଇ କହିଛନ୍ତି ଯେ, ତାଙ୍କ ଅଫିସ ତାଙ୍କ ପାଇଁ କେବଳ ଏକ କୋଠା ନଥିଲା ବରଂ ମନ୍ଦିର ଥିଲା | ଆଜି ସେହି ମନ୍ଦିରକୁ ବାବର ଆସିଛି | ଇତିହାସ ପୁଣି ନିଜକୁ ଦୋହରାଇଛି | ରାମ ମନ୍ଦିର ପୁଣି ଭଂଗାଯିବ | କିନ୍ତୁ ଏହି ରାମ ମନ୍ଦିର ପୁଣି ତିଆରି ହେବ ବୋଲି ସେ କହିଛନ୍ତି | ଆଉ ଏକ ଟ୍ୱିଟରେ ସେ ବିଏମସି ତାଙ୍କ ଅଫିସ ଭଙ୍ଗାରୁଜା କରୁଥିବା ଫଟୋ ସେୟାର କରିଛନ୍ତି | କଙ୍ଗନା ନିଜ କାର୍ଯ୍ୟାଳୟକୁ ରାମମନ୍ଦିର ସହ ତୁଳନା କରିବା ସହ ବାବର୍ ତାହାକୁ ଭାଙ୍ଗୁଛନ୍ତି ବୋଲି କହିଛନ୍ତି।ଟୁଇଟ୍ କରି ସେ ଲେଖିଛନ୍ତି, ମଣିକର୍ଣ୍ଣିକା ଫିଲ୍ମସ୍ ଅଧିନରେ ପ୍ରଥମ ଫିଲ୍ମ ‘ଅଯୋଧ୍ୟା’ ଘୋଷିତ ହୋଇଥିଲା। ତାହା ମୋ ପାଇଁ ଖାଲି ଅଟ୍ଟାଳିକା ନୁହେଁ, ରାମ ମନ୍ଦିର ଅଟେ। ଆଜି ବାବର ଆସିଛନ୍ତି, ଆଜି ଇତିହାସ ନିଜର ପୁନରାବୃତ୍ତି କରିବ। ରାମ ମନ୍ଦିର ପୁଣି ଭାଙ୍ଗିବ। କିନ୍ତୁ, ମନେରଖ ବାବର, ଏ ମନ୍ଦିର ପୁଣି ନିର୍ମାଣ ହେବ, ଏ ମନ୍ଦିର ପୁଣି ନିର୍ମାଣ ହେବ, ଜୟ ଶ୍ରୀରାମ, ଜୟ ଶ୍ରୀରାମ, ଜୟ ଶ୍ରୀରାମ। ଗଣମାଧ୍ୟମକୁ ଜଣେ ବରିଷ୍ଠ ‘ବିଏମ୍ସି’ ଅଧିକାରୀ କହିଛନ୍ତି, ନୋଟିସ୍ର ଜବାବ ଦେବାକୁ ଆମେ ୨୪ ଘଣ୍ଟା ସମୟ ଦେଇଥିଲୁ, କିନ୍ତୁ ସେ ଉତ୍ତର ଦେଲେନାହିଁ।|ତେଣୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
Babur and his army 🙂#deathofdemocracy pic.twitter.com/L5wiUoNqhl
— Kangana Ranaut (@KanganaTeam) September 9, 2020
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |