କଟକରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ

କଟକ ,୭।୬: କମିସନରେଟ୍ ପୋଲିସକୁ ଡ୍ରଗ୍ସ ବିରୋଧୀ ଅଭିଯାନରେ ଏକ ବଡ ସଫଳତା ମିଳିଛି । ଗତକାଲି କଟକ ମଧୁସୂଦନ ସେତୁ ନିକଟରୁ ୧.୩୮ କେଜିର ବ୍ରାଉନସୁଗାର ଜବତ ହୋଇଛି । ଏଥିସହିତ ଏହି ମାମଲାରେ ୩ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ଗିରଫ ସମୟରେ ସେମାନଙ୍କ ଠାରୁ ଗୋଟିଏ ବାଇକ୍, ଗୋଟିଏ କାର୍ ଏବଂ ୪ଟି ମୋବାଇଲ୍ ଜବତ କରିଛି ପୋଲିସ୍ । ତେବେ ଗିରଫ କରଯାଇଥିବା ୩ ଅଭିଯୁକ୍ତ କୋଲକାତାରୁ ବ୍ରାଉନସୁଗାର ଆଣି ବିଭିନ୍ନ ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ବିକ୍ରି କରୁଥିଲେ । ଜବତ ବ୍ରାଉନସୁଗାରର ମୁଲ୍ୟ ୧ କୋଟି ଟଙ୍କା ହେବ ବୋଲି ଜଣାପଡିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: