କଟକରେ ‘ଅଗ୍ନିପଥ’ ନିଆଁ, ଲାଠିମାଡ଼ କଲା ପୋଲିସ୍‌

କଟକ,୧୭।୬:‘ଅଗ୍ନିପଥ’ ଯୋଜନାକୁ ନେଇ ଦେଶରେ ପ୍ରତିବାଦର ନିଆଁ ତେଜିବାରେ ଲାଗିଛି। ‘ଅଗ୍ନିପଥ’ ଯୋଜନାରେ ନିଯୁକ୍ତିର ସର୍ବାଧିକ ବୟସ ସୀମା ୨୧ରୁ ୨୩କୁ ବୃଦ୍ଧି କରାଯାଇ ଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି।  କେନ୍ଦ୍ର ସରକାରଙ୍କ ଅଗ୍ନିପଥ ନିଯୁକ୍ତିକୁ ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ଏଥିରୁ ବାଦ୍ ପଡ଼ିନି ଓଡ଼ିଶା । ଅଗ୍ନିପଥ ନିଯୁକ୍ତି ଯୋଜନାକୁ ନେଇ ଓଡ଼ିଶାରେ ମଧ୍ୟ ବିରୋଧ କରାଯାଇଛି । କଟକ କ୍ୟାଣ୍ଟନମେଣ୍ଟ ରୋଡରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଆଶାୟୀ ପ୍ରାର୍ଥୀ । ଆର୍ମି ରିକୃଟମେଣ୍ଟ ଅଫିସ ଆଗରେ ବିରୋଧ ପ୍ରଦର୍ଶନ ସହ ରାସ୍ତାରୋକ କରିଛନ୍ତି ହଜାରରୁ ଅଧିକ ଆଶାୟୀ ପ୍ରାର୍ଥୀ । ରିଙ୍ଗରୋଡରେ ରାସ୍ତା ଅବରୋଧ କରୁଥିବା ବେଳେ ବିକ୍ଷୋଭକାରୀଙ୍କୁ ପୋଲିସ ଲାଠିମାଡ଼ ମାରିଥିବା ଜଣାପଡିଛି । ଅନ୍ୟପଟେ ବିହାର ଓ ଉତ୍ତରପ୍ରଦେଶରେ ପୁଣି ଆନ୍ଦୋଳନକାରୀମାନେ ଟ୍ରେନ୍ ଜାଳିଦେଇଛନ୍ତି  । ବିହାର ସମସ୍ତିପୁର ଓ ଲଖିସରାୟ ରେଳ ଷ୍ଟେସନରେ ଟ୍ରେନ୍ ଜାଳିଦେଇଥିବା ସୂଚନା ମିଳିଛି । ଉତ୍ତରପ୍ରଦେଶ ବଲିୟା ଷ୍ଟେସନରେ ବି ବିକ୍ଷୋଭକାରୀ ଟ୍ରେନ୍ ପୋଡ଼ି ଦେଇଛନ୍ତି । ଆନ୍ଦୋଳନକୁ ଦୃଷ୍ଟିରେ ରଖି ହରିୟାଣା ବଲ୍ଲଭବଗଡ଼ରେ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି । ୩ ସେନା ବାହିନୀରେ ଅଗ୍ନିବୀର ଭାବେ ଯୁବକ ଯୁବତୀଙ୍କୁ ଭର୍ତ୍ତି କରିବା ପାଇଁ ୨ ଦିନ ପୂର୍ବେ ‘ଅଗ୍ନିପଥ’ ଯୋଜନା ଘୋଷଣା ହୋଇଥିଲା। ତେବେ ଏଥିରେ ୪ ବର୍ଷ ଚାକିରି ଅବଧିକୁ ଦେଶର ବିଭିନ୍ନ ସ୍ଥାନରେ ଜୋରଦାର ବିରୋଧ କରାଯାଇଛି। ଅଗ୍ନିପଥ ନିଯୁକ୍ତି ଯୋଜନାକୁ ଓଡ଼ିଶାରେ ମଧ୍ୟ ବିରୋଧ କରାଯାଇଛି। କଟକ କ୍ୟାଣ୍ଟନମେଣ୍ଟ ରୋଡ୍‌ରେ ବିକ୍ଷୋଭକାରୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି। ଆର୍ମି ଅଫିସ୍ ଆଗରେ ବିରୋଧ ପ୍ରଦର୍ଶନ ସହ ରାସ୍ତାରୋକ କରିଛନ୍ତି। ତେବେ ରିଙ୍ଗ୍ ରୋଡ୍‌ରେ ରାସ୍ତା ଅବରୋଧ ବେଳେ ପୋଲିସ୍‌ ବିକ୍ଷୋଭକାରୀଙ୍କ ଉପରକୁ ଲାଠିମାଡ଼ କରିଥିବା ଜଣାପଡ଼ିଛି।  ତେବେ ଅଗ୍ନିପଥ ଯୋଜନାରେ ସେନାବାହିନୀରେ ନିଯୁକ୍ତିକୁ ବିରୋଧ କରି ଏହି ପ୍ରଦର୍ଶନ ଜାରି ରହିଛି । ଅଗ୍ନିପଥ ଯୋଜନାକୁ ବିରୋଧ କରି ଗୁରୁବାର ଅନେକ ରାଜ୍ୟରେ ଯୁବକମାନେ ପ୍ରଦର୍ଶନ କରିଥିଲେ । ବିଭିନ୍ନ ସ୍ଥାନରେ ରେଳ ରୋକ ସାଙ୍ଗକୁ ଅଗ୍ନିକାଣ୍ଡ ଘଟାଇଥିଲେ । ବିରୋଧ ପ୍ରଦର୍ଶନକୁ ନଜରରେ ରଖି ଅଗ୍ନିପଥ ଯୋଜନାରେ ସେନାରେ ଭର୍ତ୍ତି ହେବା ପାଇଁ ବୟସସୀମାକୁ କେନ୍ଦ୍ର ସରକାର ୨୧ରୁ ୨୩କୁ ବୃଦ୍ଧି କରିଛନ୍ତି । ବିହାରରେ ଚାଲିଥିବା ହିଂସକ ପ୍ରଦର୍ଶନ ମଧ୍ୟରେ ବିଦ୍ୟାର୍ଥୀମାନେ ଜମ୍ମୁତବୀ ଗୁଆହାଟି ଏକ୍ସପ୍ରେସ୍ ଟ୍ରେନ ନିଆଁ ଲଗାଇ ଦେଇଛନ୍ତି । ସୂଚନା ମୁତାବକ ଟ୍ରେନର ଦୁଇଟି ବଗି ଜଳି ପାଉଁଶ ହୋଇଯାଇଛି । ସେହିପରି ବିହାରର ସମସ୍ତିପୁରାରେ ବିହାର ସମ୍ପର୍କ କ୍ରାନ୍ତି ଟ୍ରେନକୁ ଅଟକାଇ ପ୍ରବଳ ପଥର ମାଡ଼ କରିଥିଲେ । ହିଂସାକ ବିରୋଧ ପ୍ରଦର୍ଶନକୁ ନଜରରେ ରଖି ୨୨ଟି ଟ୍ରେନକୁ ବାତିଲ କରାଯାଇଛି ବୋଲି ସୂଚନା ମିଳିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: