କଟକ,୩।୩:କଟକରେ ଦୁର୍ଦ୍ଦାନ୍ତ ଅପରାଧୀ ଶଙ୍କର ଓରଫ ଦୀପକ ନାୟକକୁ ପୋଲିସର ଏନ୍କାଉଣ୍ଟର କରିଛି। ଶଙ୍କରର ବାମ ଗୋଡ଼ରେ ଗୁଳି ବାଜିଥିବା ବେଳେ ତାକୁ SCBରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ, ଗୁଳି ସହ ଗୋଟିଏ ଅଟୋକୁ ପୋଲିସ୍ ଜଵତ କରିଛି।କଟକ ଡିସିପିଙ୍କ ସୂଚନା ଅନୁସାରେ, ବିଡାନାସୀ ଭୁଆସୁଣୀ ପଠାରେ ଶଙ୍କର ଲୁଚିଥିବା ନେଇ ସ୍ପେଶାଲ ସ୍କ୍ୱାଡ୍କୁ ଖବର ମିଳିଥିଲା। ବନ୍ଧୁକ ବିକ୍ରି ପାଇଁ ଶଙ୍କର ଡିଲ୍ କରିବାକୁ ଯାଇଥିବା ବେଳେ ସ୍ପେଶାଲ ସ୍କ୍ୱାଡ୍ ଓ ବିଡାନାସୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାକୁ କାବୁ କରିବାକୁ ଚେଷ୍ଟା କରିଥିଲେ। ତେବେ ଶଙ୍କର ଫେରାର ହେବାକୁ ଉଦ୍ୟମ ସହ ପୋଲିସ୍ ଉପରକୁ ଗୁଳି ଚଳାଇଥିଲା। ଏହାର ଜବାବରେ ପୋଲିସ୍ ଶଙ୍କର ଉପରକୁ ଫାୟାରିଂ କରିଥିଲା। ଶଙ୍କରର ଘର ରାଣୀହାଟ ଗୋପାଳ ସାହିରେ। ତା’ ନାଁରେ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି। ହତ୍ୟାକାଣ୍ଡ, ଚୋରା ବନ୍ଧୁକ କାରବାର, ବୋମାମାଡ଼, ଆଦି ବହୁ ଅପରାଧରେ ଶଙ୍କର ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |