କଟକରେ ଲିଜେଣ୍ଡସ୍‌ କ୍ରିକେଟ୍‌ ଲିଗ୍‌:ବାରବାଟୀ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ଲିଜେଣ୍ଡ

ଭୁବନେଶ୍ୱର,୧୩/୦୯:  ଆସନ୍ତା ସେପ୍ଟେମ୍ବର ୨୬ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଲିଜେଣ୍ଡ ଲିଗର ପ୍ରଥମ ମ୍ୟାଚ । ଏହି ମ୍ୟାଚରେ ଆମନା ସାମନା ହେବେ ଟିମ ଇଣ୍ଡିଆର ଲିଜେଣ୍ଡ କ୍ରିକେଟର ଇରଫାନ ପଠାନ ଏବଂ ହରଭଜନ ସିଂହ । ଇରଫାନଙ୍କ ଭିଲୱାରା କିଙ୍ଗସ ଏବଂ ଭଜ୍ଜିଙ୍କ ମହିପାଲ ଟାଇଗର୍ସ ମଧ୍ୟରେ ହେବ ଏହି କଡା ଟକ୍କର । ତେବେ କଟକ ବ୍ୟତୀତ କୋଲକାତା, ଲକ୍ଷେ୍ନø, ଦିଲ୍ଲୀ ଏବଂ ଯୋଧପୁରରେ ମୋଟ ୧୬ଟି ମ୍ୟାଚ ଖେଳାଯିବ ।କୋଲକାତାରେ ଇଣ୍ଡିଆ ମହାରାଜାସ ଏବଂ ୱାର୍ଲ୍ଡ ଜାଏଣ୍ଟସ ମଧ୍ୟରେ ଏକ ପ୍ରଦର୍ଶନୀ ମ୍ୟାଚ୍‌ ରହିଛି । ଆସନ୍ତା ୨୬, ୨୭ ଓ ୨୯ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ୩ଟି ମ୍ୟାଚ୍‌ ଖେଳାଯିବ । ଏ ନେଇ ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଲିଜେଣ୍ଡସ କ୍ରିକେଟ୍‌ ଲିଗ୍‌ର ସିଇଓ ରମଣ ରାହେଜା ସୂଚନା ଦେଇଥିଲେ । ସେ କହିଥିଲେ, ପ୍ରଥମ ସଂସ୍କରଣର ସଫଳତା ପରେ ପୁଣି ଦ୍ୱିତୀୟ ସଂସ୍କରଣ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ୪ଟି ଦଳକୁ ନେଇ ସଂପୂର୍ଣ୍ଣ ଲିଗ୍‌ରେ ୧୫ଟି ମ୍ୟାଚ୍‌ ଖେଳାଯିବ । ୩ଟି ମ୍ୟାଚ୍‌ ଆୟୋଜନ କରିବାକୁ ଓଡ଼ିଶା କ୍ରିକେଟ୍‌ ସଂଘ (ଓସିଏ) ଷ୍ଟାଡିୟମ ଯୋଗାଇ ଦେଇଥିବାରୁ ଆମେ ଧନ୍ୟବାଦ ଜଣାଉଛୁ। ଏଥର ଆମର ୧୧୦ ଜଣ ଅବସରପ୍ରାପ୍ତ ଖେଳାଳି ଲିଗରେ ଖେଳିବାକୁ ଇଚ୍ଛା ପ୍ରକାଶ କରିଥିଲେ। କିନ୍ତୁ ଆମେ ୭୯ ଜଣ ଖେଳାଳିଙ୍କୁ ୪ଟି ଦଳରେ ସାମିଲ କରିଛୁ। କଟକରେ ପ୍ରଥମ ମ୍ୟାଚ୍‌ରେ ଇର୍ଫାନ ପଠାନ ଓ ହରଭଜନ ସିଂହ ଖେଳିବାକୁ ସମ୍ମତି ପ୍ରକାଶ କରିଛନ୍ତି । ଏଥର ଆମେ ବ୍ୟାଟ୍ସମ୍ୟାନଙ୍କ ବ୍ୟାଟରେ ସେନସର ଲଗାଇବୁ। ଫଳରେ ସେମାନଙ୍କ ସଟ୍‌ରେ କେତେ ପାୱାର ରହୁଛି ତାହା ଜାଣି ହେବ । ସେମିତି ପ୍ରତି ମ୍ୟାଚ୍‌ରେ ଜଣେ ଲେଖାଏଁ ମହିଳା ଅମ୍ପାୟାରକୁ ନିଯୁକ୍ତ କରିବାକୁ ଯୋଜନା ରଖିଛୁ ବୋଲି ସେ କହିଛନ୍ତି । ଇଣ୍ଡିଆ କ୍ୟାପିଟାଲ୍ସ, ଗୁଜରାଟ ଜାଏଣ୍ଟସ, ମଣିପାଲ ଟାଇଗର୍ସ ଓ ଭିଲୱାରା କିଙ୍ଗ୍‌ସ ଏହି ୪ ଦଳ ଲକ୍ଷ୍ନୌ , ଦିଲ୍ଲୀ, ଯୋଧପୁର ଓ କଟକରେ ମ୍ୟାଚ୍‌ ଖେଳିବେ । ଇର୍ଫାନ ପଠାନ ଭିଲୱାରା ଏବଂ ହରଭଜନ ମହିପାଲର ନେତୃତ୍ୱ ନେବେ । ସେହିପରି ଇଣ୍ଡିଆନ କ୍ୟାପିଟାଲ ଦଳରେ ଗୌତମ ଗମ୍ଭୀର ଏବଂ ଗୁଜରାଟ ଦଳର ନେତୃତ୍ୱ ବୀରେନ୍ଦ୍ର ସେହ୍ୱାଗ ସମ୍ଭାଳିବେ । କ୍ରିସ ଗେଲ୍‌, ମଣ୍ଟି ପାନେସର, ଜାକ୍‌ କାଲିସ, ମହମ୍ମଦ କୈଫ, ୟୁସୁଫ ପଠାନ, ମୁଥିୟା ମୁରଲୀଥରନ ଓ ଆର୍‌ପି ସିଂ ପ୍ରମୁଖ ବିଭିନ୍ନ ଦଳରେ ସାମିଲ ରହିଛନ୍ତି । ବାରବାଟୀର ୩ଟି ମ୍ୟାଚ୍‌ ପାଇଁ ଅନ୍‌ ଲାଇନରେ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଛି ।   ଡିଜ୍‌ନୀ ଷ୍ଟାର୍‌ରେ ସମ୍ପୂର୍ଣ୍ଣ ସିଜିନ୍‌ର ମ୍ୟାଚ୍‌ ପ୍ରସାରଣ ହେବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: