କଟକ ଏସସିବି ଆଞ୍ଚଳିକ ସିଟି ସ୍କାନରେ ଅଗ୍ନିକାଣ୍ଡ

କଟକ ୧୪।୦୩ : କଟକ ଏସସିବି ଆଞ୍ଚଳିକ ସିଟି ସ୍କାନରେ ଅଗ୍ନିକାଣ୍ଡ। ତେବେ ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ତେବେ ସର୍ଟ ସର୍କିଟ୍ କାରଣରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସେହିପରି ଗତକାଲି କଟକ ଶିଶୁଭବନରେ ନିଆଁ ଲାଗିଥିଲା। ସର୍ଟସର୍କିଟ୍‌ରୁ ନିଆଁ ଲାଗିଥିବା ନେଇ ସନ୍ଦେହ ପ୍ରକାଶ ପାଇଛି। କୌଣସି କାରଣରୁ ମେସିନରେ ନିଆଁ ଲାଗିଥିଲା ଓ ପରେ ତାହାକୁ ଆୟତ୍ତ କରାଯାଇଥିଲା। ଖବର ପାଇଁ ଏସସିବିର ଫାୟାର୍‌ ଟିମ ଆସି ପହଞ୍ଚିଥିଲେ ଓ ନିଆଁକୁ ଆୟତ୍ତ ମଧ୍ୟ କରିଥିଲେ। ଏହାସହ ଏଠାକୁ ଆସିଥିବା ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା ମିଳିଛି। କିନ୍ତୁ ଏବେ ବି ମେଡିକାଲ ପରିସରରେ ଧୂଆଁ କିଛି ପରିମାଣରେ ରହିଛି। ବାରମ୍ବାର ଏସସିବି ମେଡିକାଲ କଲେଜରେ ନିଆଁ ଲାଗିଥିବା ଘଟଣା ସାମ୍ନାକୁ ଆସୁଛି। କାରଣ ବାରମ୍ବାର ମେଡିକାଲରେ ନିଆଁ ଲାଗୁଥିବାରୁ ତାହାକୁ ନେଇ ଚିନ୍ତା ମଧ୍ୟ ବଢିବାରେ ଲାଗିଛି। ଅଗ୍ନିଶମ ବିଭାଗ ପକ୍ଷରୁ ଏନେଇ ବାରମ୍ବାର ସଚେତନତା ମଧ୍ୟ କରାଯାଉଛି।ଏହି ଅଘଟଣରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ତେବେ ଅଗ୍ନିକାଣ୍ଡ କାରଣରୁ ଧୂଆଁ ଥିବାରୁ ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଲଗାତର ୨ ଦିନ ମଧ୍ୟରେ ୨ ଦିନ ଏସସିବିରେ ନିଆଁ ଲାଗିବାକୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: