କଟକ-ଚାନ୍ଦବାଲି ରାସ୍ତାର ଦୁହୁରିଆ ଠାରେ ଦୁର୍ଘଟଣା ,୨ମୃତ

କେନ୍ଦ୍ରାପଡ଼ା ,୧୨।୩ : କେନ୍ଦ୍ରାପଡ଼ା ସହରର ଦୁହୁରିଆ ଓମଫେଡ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।ବାଲିଆରେ ଦୋଳ ମେଲଣ ସାରି ଦୁହୁରିଆ ମେଲଣକୁ ଦୋଳ ବିମାନ ନେଇ ଯାଉଥିବା ବେଳେ ଲୋକଙ୍କୁ ଏକ ମାଛ ବୋଝେଇ ପିକ୍ଅପ୍ ଭ୍ୟାନ୍(ଓଡି୦୫-ଏଆର୍ ୯୩୦୯) ଧକ୍କା ଦେଇଥିଲା । ରାତି ପ୍ରାୟ ଗୋଟା ଏବେଳେ ଏହି ଅଘଟଣ ଘଟିଥିଲା। ପିକ୍ଅପ୍ ଭ୍ୟାନ୍ ପଟ୍ଟାମୁଣ୍ଡାଇ ଅଭିମୁଖେ ଯାଉଥିବା ବେଳେ ଲୋକଙ୍କ ଉପରକୁ ଚଢ଼ିଯାଇଥିଲା। ଏଠାରେ ଦୋଳ ବିମାନ ନେଇ ଯାଉଥିବା ଲୋକଙ୍କୁ ପିକ୍ଅପ୍ ଭ୍ୟାନ୍ ଧକ୍କା ଦେବା ଫଳରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ  ୩ ଗୁରୁତର ହୋଇଥିବା ଜଣାଯାଇଛି। କଟକ-ଚାନ୍ଦବାଲି ରାସ୍ତାର ଦୁହୁରିଆ ଠାରେ ଦୁର୍ଘଟଣା ଘଟି ୨ଜଣଙ୍କ ମୃତ୍ୟୁ ହୋଇଥିବା କଥା ସାମ୍ନାକୁ ଆସିଛି । ଦୁର୍ଘଟଣାରେ ଆଉ ୩ଜଣ ଆହତଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି ।  ଦୁହୁରିଆ ଠାରେ କିଛି ଲୋକ ଦୋଳ ବିମାନ ନେଇ ଯାତ୍ରା କରୁଥିଲେ । ହଠାତ୍ ଏକ ପିକଅପ୍ ଭ୍ୟାନ୍ ଆସି ସେହି ଲୋକ ମାନଙ୍କ ଉପରେ ଚଢାଇଦେଇଥିଲା । ଫଳରେ ୩ଜଣ ଆହତ ହୋଇଥିବା ବେଳେ ଦୁଇଜଣଙ୍କ ମୃତ୍ୟୁ ଘଟିଛି । ବିଳମ୍ବିତ ରାତ୍ରୀରେ ଘନ କୁହୁଡି କାରଣରୁ ଦୁର୍ଘଟଣା ହୋଇଛି ବୋଲି ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ମୃତକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆହତଙ୍କୁ କଟକ ବଡ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ଘଟାଇଥିବା ପିକଅପ୍ ଭ୍ୟାନକୁ ଜବତ କରାଯାଇଛି । ଘଟଣାସ୍ଥଳରୁ ଡ୍ରାଇଭର ଜଣକ ଚମ୍ପଟ ମାରିଥିବା ସୂଚନା ମିଳିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!