‘କନିକାର ଦୁଇ ମହାନ ପୁରୁଷଙ୍କ କାହାଣୀ ଯୁବପିଢ଼ିଙ୍କୁ ପ୍ରେରଣା ଯୋଗାଇବ’

ଦେଉଳସାହି ଯୁବ ପରିଷଦର ସାଧାରଣତନ୍ତ୍ର ଦିବସ ପାଳିତ

ରାଜକନିକା,୨୭/୧ : ସ୍ୱାଧୀନତା ଆନ୍ଦୋଳନରେ କନିକାର ଅବଦାନ ଅନେକ ରହିଛି । ଗାନ୍ଧୀଙ୍କ ସେବକ ରଘୁନାଥ ନାୟକ ଏବଂ ନେତାଜୀଙ୍କ ସେବକ ନାରାୟଣ ଦାସ ଦୁଇ ମହାନ ପୁରୁଷଙ୍କ କାହାଣୀ ଯୁବ ପିଢ଼ିଙ୍କୁ ପ୍ରେରଣା ଯୋଗାଇବ ବୋଲି ରାଜକନିକା ବ୍ଲକ୍ ଦେଉଳସାହି ଯୁବ ପରିଷଦ ପକ୍ଷରୁ ଆୟୋଜିତ ୭୩ ତମ ସ୍ୱାଧୀନତା ଦିବସ ଅବସରରେ ଅତିଥିମାନେ ମତ ବ୍ୟକ୍ତ କରିଛନ୍ତି । ଦେଉଳସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷକ ବ୍ରହ୍ମାନନ୍ଦ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଦିବସରେ ମୁଖ୍ୟ ଅତିଥି ଭାବେ ଲେଖକ ଏବଂ ସାମ୍ବାଦିକ ଶୁଭ୍ରାଂଶୁ ଭୂଷଣ ସୂତାର ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ସ୍ୱାଧୀନତା ଆନ୍ଦୋଳନରେ ସଂଗ୍ରାମୀଙ୍କ ଅବଦାନ ସଂପର୍କରେ ଆଲୋକପାତ୍ କରିଥିଲେ । ସମ୍ମାନିତ ଅତିଥି ଭାବେ ଅଭିନେତା ସୌମ୍ୟରଞ୍ଜନ ନାୟକ ଯୋଗଦେଇ ସମାନତା ସହିତ ଦେଶର ଏକତା ହିଁ ଆମର ମହାନତା ବୋଲି କହିଥିଲେ । ଏହି ଅବସରରେ ଦେଉଳସାହି ଅଙ୍ଗନୱାଡ଼ି କେନ୍ଦ୍ରର ଛୋଟ ଛୋଟ ପିଲାମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ । ଅଙ୍ଗନୱାଡ଼ି କର୍ମୀ ମୋନାଲିସା ବେହୁରିଆ ଉପସ୍ଥିତ ରହି ଥିଲେ । ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ସଂଗ୍ରାମୀ ନେତାଜୀଙ୍କ ଫଟୋଚିତ୍ରରେ ପୁଷ୍ଫମାଲ୍ୟ ଅର୍ପଣ କରାଯାଇଥିଲା । ଏହି ଉତ୍ସବକୁ ଦେଉଳସାହି ଯୁବ ପରିଷଦର ସଭାପତି, ସଂପାଦକଙ୍କ ସହିତ ସମସ୍ତ ସଦସ୍ୟମାନେ ପରିଚାଳନା କରିଥିଲେ । ଗ୍ରାମବାସୀମାନେ ଉପସ୍ଥିତ ରହିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: