କନିକା ହାଇସ୍କୁଲର ପୁରାତନ ଛାତ୍ର ସମାବେଶ,୫୭ ବର୍ଷ ପରେ ଭାବବିହ୍ୱଳ ହେଲେ ଗୁରୁ ଶିଷ୍ୟ

ରାଜକନିକା,୩୧/୧: ଦୀର୍ଘ ୫୭ ବର୍ଷ ପରେ ଏକାଠି ହେଲେ ରାଜକନିକା ବ୍ଲକ୍ କନିକା ହାଇସ୍କୁଲ ୧୯୭୦ମସିହାର ଛାତ୍ରଛାତ୍ରୀ । ପ୍ରାୟ ୭୦ବର୍ଷର ବୟସ୍କ ଛାତ୍ରଛାତ୍ରୀମାନେ ସେମାନଙ୍କ ଠାରୁ ଅଧିକ ବର୍ଷର ଗୁରୁଙ୍କୁ ପରିଣତ ବୟସରେ ଦେଖି ଭାବବିହ୍ୱଳ ହୋଇପଡ଼ିଥିଲେ । ପୁରାତନ ଗୁରୁ ଛାତ୍ର ଉଭୟଙ୍କୁ ଦେଖି ଲୁହଝରାଇ ଅତୀତକୁ ରୋମନ୍ଥନ କରିଥିଲେ । ସ୍କୁଲ ବେଳର ସ୍ମୃତି ଅଭୁଲା ଅତୀତ ହେଲେ ଜୀବନରେ ସେ ସମୟ ଆଉଥରେ ଆସିପାରିବ ନାହିଁ । ସେଦିନର ସାଙ୍ଗସାଥୀ, ପାଠପଢ଼ା ମୃତ୍ୟୁ ପର୍ଯ୍ୟନ୍ତ ସ୍ମରଣୀୟ ହୋଇରହିବ, ସେ ସମୟର ଶିକ୍ଷାଦାନ ଏବେ ବଦଳିଯାଇଛି ବୋଲି କନିକା ହାଇସ୍କୁଲର ପୁରାତନ ଛାତ୍ର ସମାବେଶ ଓ ଗୁରୁପୂଜନ ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ସ୍ଥାୟୀ ସଭାପତି ସାହିତ୍ୟିକ ହରେକୃଷ୍ଣ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଛାତ୍ର ସମାବେଶ ଏବଂ ଗୁରୁପୂଜନ ଉତ୍ସବରେ ମୁଖ୍ୟଅତିଥି ଭାବେ କନିକା ତହସିଲଦାର ଅଶୋକ କୁମାର ଦେହୁରୀ ଏବଂ ସମ୍ମାନିତ ଅତିଥିଭାବେ ଓଳାଭର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମିଶ୍ର ଯୋଗଦେଇ ପୁରାତନ ସମୟର ଶିକ୍ଷା ବ୍ୟବସ୍ଥା ସଂପର୍କ ଆଲୋକପାତ୍ କରିଥିଲେ । ପୁରାତନ ଶିକ୍ଷକ ବସନ୍ତ କୁମାର ରାଉତ, କୀର୍ତ୍ତନ ଚନ୍ଦ୍ର ରାଉତ, କହ୍ନେଇ ଚରଣ ନାୟକ, ବେଣୁଧର ପ୍ରଧାନ, ରାଜୀବ ଲୋଚନ ବେହେରା ଓ ଭଞ୍ଜକିଶୋର ସାହୁଙ୍କୁ ପୁରାତନ ଛାତ୍ରଛାତ୍ରୀମାନେ ଉତ୍ତରୀୟ, ଗୀତା ବହି, ମାନପତ୍ର ଏବଂ ପୁଷ୍ପମାଲ୍ୟ ଅର୍ପଣ କରି ଗୁରୁପୂଜନ କରିଥିଲେ । ଏହା ସହିତ ଚତୁର୍ଥଶ୍ରେଣୀ କର୍ମଚାରୀ ସୁରେନ୍ଦ୍ର ସ୍ୱାଇଁ ଓ ଉଦୟ ନାୟକଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି ସମାବେଶ ଆରମ୍ଭରେ ଜଗନ୍ନାଥ ମହାପ୍ରଭୁଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ସଂକେତ ଶୁଭମ୍ ଏବଂ ରେଶମାରାଣୀ ପ୍ରଧାନ ଗୁରୁବନ୍ଦନା ଗାନ କରିଥିଲେ । ଲକ୍ଷ୍ମୀପ୍ର୍ରିୟା ସ୍ୱାଇଁ ଓଡ଼ିଶୀ ନୃତ୍ୟ ପରିବେଶଷ କରିଥିଲେ । ପ୍ରଫେସର ଜନ୍ମେଜୟ ଦ୍ୱିବେଦୀ ଛାତ୍ର ସମାବେଶର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଦିବଂଗତ ଗୁରୁ ଏବଂ ଛାତ୍ରଛାତ୍ରୀ ମାନଙ୍କ ପାଇଁ ୨ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ସଂପାଦକ ପଦ୍ମଲୋଚନ ରାଉତ ସଂପାଦକୀୟ ପାଠ କରିଥିଲେ । ଯୋଗେଶ୍ୱର ପ୍ରଧାନ ମାନପାତ୍ର ପାଠ କରିଥିଲେ । ଡ଼ାକ୍ତର ନିରଞ୍ଜନ ରାଉତ, ଜୟରାମ ସୂତାର, ବାସୁଦେବ ଓଝା,ନରୋତ୍ତମ ବେହେରା, ଶୈଳେନ୍ଦ୍ର ବେହେରା, ଶରତ ଚନ୍ଦ୍ର ବିଶ୍ୱାଳ, ବସନ୍ତ କୁମାର ରାୟ, ଆନନ୍ଦ ଚନ୍ଦ୍ର ଜେନା, ପୁରୁଷତମ ସାମଲ, ରମେଶ ପ୍ରଧାନ, ଶିଶିର ପ୍ରଧାନ ଏବଂ ଭଗବାନ ଧଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

1970 kanika highschool rajkanika

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: