କନ୍ଦରପୁରରେ ବ୍ୟବସାୟୀଙ୍କୁ ଗୁଳି ମାଡ଼

କଟକ ୦୯/୦୯: କଟକ ଉପକଣ୍ଠରେ ଫୁଟିଲା ଗୁଳି। କନ୍ଦରପରୁ ଥାନା ଅନ୍ତର୍ଗତ ଅଥଙ୍ଗା ଠାରେ ୨ ଜଣ ଯୁବକ ଜଣେ ବ୍ୟବସାୟୀଙ୍କୁ ଗୁଳି ମାଡ଼ କରିଛନ୍ତି। ଗୁଳିଟି ବ୍ୟବସାୟୀ ଗୋଡ଼ରେ ବାଜିଥିବା ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ବ୍ୟବସାୟୀଙ୍କୁ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ ଏସିସିବି ମେଡିକାଲରେ ଭର୍ତ୍ତି କରିଯାଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଗୁଳିକାଣ୍ଡରେ ପ୍ରକୃତ କାରଣ ଜଣାପଡି ନାହିଁ। ଅଭିଯୁକ୍ତ ୨ ଯୁବକ ଏକ ବାଇକରେ ଆସି ଗୁଳି ମାଡ଼ କରିଥିବା ସ୍ଥାନୀୟଲୋକ ସୂଚନା ଦେଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: