କନ୍ଧମାଳ,୧୬/୯: ଅନ୍ତର୍ଜାତିକ ମାନବାଧିକାର ପରିଷଦ ରାଜ୍ୟ ଶାଖା ସଭାପତି ମୀନକେତନ ପଟ୍ଟନାୟକ ଆଜି ରାଜ୍ୟ ବୋର୍ଡର କିଛି ପଦାଧିକାରୀଙ୍କ ସହିତ କନ୍ଧମାଳ ଜିଲ୍ଲା ଗସ୍ତ କରିଥିଲେ। ନୂତନ କରି ପୁନର୍ବିନ୍ୟାସ ହେଇଥିବା ଜିଲ୍ଲା ବୋର୍ଡ଼କୁ ସଠିକ ଦିଗଦର୍ଶନ ଦେବା ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଜିଲ୍ଲା ବୋର୍ଡର ସଭାପତି ଜାକିଋଲା ଖାନଙ୍କ ପ୍ରଚେଷ୍ଟାରେ ଅନ୍ୟତମ ଏକ୍ଜିକ୍ୟୁଟିଭ ପ୍ରେସିଡେଣ୍ଟ ବାବମଣି ସାହୁ ଏବଂ ସାଧାରଣ ସମ୍ପାଦକ ଡକ୍ଟର ସୋମନାଥ ବାଘଙ୍କ ସମେତ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ସଭ୍ୟମାନେ ଯୋଗଦାନ କରିଥିଲେ। ଅତୀତରେ କନ୍ଧମାଳ ଜିଲ୍ଲାର ଲଗାତର ମରୁଡି ଠାରୁ ଆରମ୍ଭ କରି ଆମ୍ବ ଟାକୁଆ ଖାଇ ବଞ୍ଚିବା ଘଟଣା ଆଜିବି ଓଡ଼ିଶାବାସୀ ଭୁଲି ନାହାନ୍ତି। ତେଣୁ କନ୍ଧମାଳ ଜିଲ୍ଲାର ବିଭିନ୍ନ ସମସ୍ୟା ସହିତ ସାଧାରଣ ଗରିବ ଖଟିଖିଆ ତଥା ସମାଜର ବିଭିନ୍ନ କ୍ଷେତ୍ରରେ ଅବହେଳିତ ବର୍ଗଙ୍କୁ ମୁଖ୍ୟସ୍ରୋତକୁ ଆଣିବାକୁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ବୈଠକର ମୁଖ୍ୟ ଆଲୋଚନାର ବିଷୟ ଥିଲା। ମୀନକେତନ ଜିଲ୍ଲା କର୍ମକର୍ତାଙ୍କୁ ରାଜ୍ୟ ବୋର୍ଡ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇବାର ନିର୍ଭର ପ୍ରତିଶୃତି ଦେଇଥିବା ପ୍ରକାଶ। ରାଜ୍ୟ ସଭାପତି ମୀନକେତନଙ୍କ ସହିତ ରାଜ୍ୟ ସଭାପତି ପ୍ରବୀଣ କୁମାର ଷେଣ୍ଢ, ଓଡିଶା ବୋର୍ଡ ପରାମର୍ଶ ଦାତା ଦିନେଶ କୁମାର ତ୍ରିପାଠୀ ଏବଂରାଜ୍ୟ ସଭାପତିଙ୍କ ବ୍ୟତିଗତ ସଚିବ କୃଷ୍ନା ମହାରଣାଙ୍କ ଯୋଗଦାନ କନ୍ଧମାଳ ବୋର୍ଡକୁ ଅସୀମ ପ୍ରେରଣା ଯୋଗାଇଥିବା ଦେଖାଡେଇଛି। ଆଗାମୀ ଦିନରେ ରାଜ୍ୟ ବୋର୍ଡର ନିର୍ଦେଶ ମତେ ଜିଲ୍ଲା ର ସମସ୍ତ ସଭ୍ୟ ମାନବାଧିକାର ପାଇଁ ଲଢେଇ ଜୋରଦାର କରିବାକୁ ସଂକଳ୍ପ ବଦ୍ଧ ହେଇଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |