କମର୍ସିଆଲ LPG ସିଲିଣ୍ଡର ଦାମ ୧୩୫ ଟଙ୍କା କମିଲା

ନୂଆଦିଲ୍ଲୀ ୦୧/୦୬: ଜୁନ ପହିଲାରୁ  LPG ସିଲିଣ୍ଡର ଦାମରୁ ବଡ ପରିବର୍ତ୍ତନ ହୋଇଛି । କମର୍ସିଆଲ LPG ସିଲିଣ୍ଡର ଦାମ(୧୯ କିଲୋ) ୧୩୫ କମିଛି । ପ୍ରତି ସିଲିଣ୍ଡର ପିଛା କମିଛି ଦର । ସେହିଭଳି ଘରୋଇ LPG ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ ହୋଇନି । ବର୍ଦ୍ଧିତ ଦର ବୁଧବାରଠୁ ଲାଗୁ ହୋଇଛି। ଏହି ପରିବର୍ତ୍ତନରେ ରାଜଧାନୀ ଦିଲ୍ଲୀରେ ୧୯ କେଜି ସିଲିଣ୍ଡରର ଦାମ କମି ୨,୨୧୯ ରହିଛି । ଏହା ପୂର୍ବରୁ ସିଲିଣ୍ଡର ୨,୩୫୪ ଟଙ୍କାରେ ମିଳୁଥିଲା । ସେହିଭଳି କୋଲକାତାରେ ୧୯ କିଲୋ ସିଲିଣ୍ଡର ଦାମ ୨,୩୨୨ ଟଙ୍କା ରହିଛି । ପୂର୍ବରୁ ଏହାର ଦାମ ଥିଲା ୨,୫୪୫ ଟଙ୍କା । ସେହିଭଳି ମୁମ୍ୱାଇରେ ୧୯ କିଲୋ ୨,୩୭୩ ଟଙ୍କା କମି ୨,୧୭୧.୫୦ ପଇସା ହୋଇଛି । ଚେନ୍ନାଇରେ ୨,୫୦୭ ଟଙ୍କା କମି ୨,୩୭୩ ଟଙ୍କା ହୋଇଛି । ଦାମ ପରିବର୍ତ୍ତନ ହେତୁ ଗ୍ରାହକଙ୍କୁ ବଡ ଆଶ୍ୱସ୍ତି ମିଳିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: