ନୂଆଦିଲ୍ଲୀ ୧୯।୯: ୨୦ ବର୍ଷ ପରେ ରାଜ୍ୟସଭା ଗୃହ ପରିଚାଳନା କଲେ ଓଡିଆ ସାଂସଦ ସସ୍ମିତ ପାତ୍ର । ରାଜ୍ୟସଭା ଉପସଭାପତି ପ୍ୟାନେଲରେ ତାଙ୍କୁ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ପୂର୍ବରୁ ନିଯୁକ୍ତି ଦେଇଥିଲେ । ମହାମାରୀ ରୋଗ ସଂଶୋଧନ ଅଡିନାନ୍ସ ୨୦୨୦ ବିଲ୍ ଆଲୋଚନା ବେଳେ ରାଜ୍ୟସଭା ବିଜେଡି ସାଂସଦ ଗୃହ ପରିଚାଳନା କରିଥିଲେ । ରାଜ୍ୟସଭାର ଅନେକ ସାଂସଦ ତାଙ୍କର ସୁଗୃହ ପରିଚାଳନା ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ସାଂସଦ ସସ୍ମିତ ପାତ୍ର ଏହି ସଫଳତାର ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |