କରେଣ୍ଟ ଲାଗି ମା’ ପୁଅଙ୍କ ମୃତ୍ୟୁ

ବାସୁଦେବପୁର, ୧୫।୪: ଭଦ୍ରକ ବାସୁଦେବପୁର ବ୍ଲକ ନାଟିଆପାଳ ଗାଁରେ  ବିଦ୍ୟୁତ କରେଣ୍ଟ ଲାଗି ମା ସହ ୧୪ ବର୍ଷର ପୁଅର ଜୀବନ ଚାଲିଗଲା ।। ମୃତକ ଦୁଇ ଜଣେ ହେଲେ ମାଆ ଲକ୍ଷ୍ମୀମଣି ନାୟକ ଏବଂ ପୁଣି ସପନ ନାୟକ |ପାଣି ମୋଟର ଚଳାଇବା ବେଳେ ହଠାତ ପୁଅ ସପନ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲା। ଏହା ଦେଖି ମାଆ ଲକ୍ଷ୍ମୀମଣି ପୁଅକୁ ଉଦ୍ଧାର କରିବାକୁ ପାଣି ମୋଟର ଚଳାଇବା ବେଳେ ହଠାତ ପୁଅ ସପନ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲା। ଏହା ଦେଖି ମାଆ ଲକ୍ଷ୍ମୀମଣି ପୁଅକୁ ଉଦ୍ଧାର କରିବାକୁ ଯାଇଥିଲେ। ତେବେ ସେ ମଧ୍ୟ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଯାଇଥିଲେ। ପୁଅ ସପନ ନାୟକକୁ ବଞ୍ଚାଇବାକୁ ଯାଇ ମାଆ ଲକ୍ଷ୍ମୀମଣି ନାୟକର ମଧ୍ୟ ମୃତ୍ୟୁ ହୋଇଥିଲା । ଉଭୟଙ୍କ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ।  ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକ ଖେଳିଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: