ଭୁବନେଶ୍ୱର,୧୬।୦୯: WHO ୧୦ ଦିନ ଆଗରୁ ରିପୋର୍ଟ ଦେଇଛି ଭାରତରେ ମହାମାରୀ ଏଣ୍ଡେମିକ୍ ଆଡକୁ ଯାଉଛି । ‘ହୁ’ ର ରିପୋର୍ଟକୁ ଗ୍ରହଣ କରିବାକୁ ହେବ । କିନ୍ତୁ ଆମେ ୧୦୦ ପ୍ରତିଶତ ନିଶ୍ଚୟ ନୁହେଁ । ପ୍ରତି ମଡେଲର ଅପ୍ ଡାଉନ୍ ଅଛି । ଏହି କ୍ଷେତ୍ରରେ ବି ହୋଇପାରେ । ଆମେ ଆଶ୍ବସ୍ତ ହେବା ନାହିଁ । ଲକ୍ଷଣ ଆସିଲେ ଡାକ୍ତରଖାନା ଆସିବା ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, କେରଳରେ ବଢି ବଢି ଚାଲିଥିଲା, ଏବେ କମୁଛି । ବର୍ତ୍ତମାନ ମହାରାଷ୍ଟ୍ରରେ ବଢୁଛି, ପରେ କମିବ । ତେଣୁ ସେହି ମଡେଲ ଦେଖିଲେ ଆମେ ଢିଲା ହେବା ନାହିଁ । ଯଦିଓ ଆମେ ଭଲ ସ୍ଥିତିରେ ଅଛୁ । ଆମର ପଜିଟିଭିଟି ରେଟ୍ କମ୍ ଅଛି । ହସପିଟାଲାଇଜେସନ ହାର କମ୍ ଅଛି । ହେଲେ ବିପଦ ନିଶ୍ଚୟ ଅଛି । ଆମ ରାଜ୍ୟରେ କେବେ ବି ବଢିପାରେ । ତେଣୁ କଟକଣା ଆମ ରାଜ୍ୟରେ ଚାଲୁ ରହିବ । ନିଜ ଦାୟିତ୍ବ ନିଜେ ନିଅନ୍ତୁ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |