କରୋନା ସହ ଲଢେଇ ପରେ ଜୀବନ ଯୁଦ୍ଧରେ ହାରିଗଲେ ଅଭିଷେକ

ଭଦ୍ରକ ,୦୫/୦୯: ୩ ମାସ ଧରି କରୋନା ସହ ଲଢେଇ ପରେ ଜୀବନ ଯୁଦ୍ଧରେ ହାରିଗଲେ ଅଭିଷେକ  । କୋଲକାତାରେ ଇକମୋ ଚିକିତ୍ସ ବେଳେ ଶୁକ୍ରବାର ରାତି ୧୦ଟା ୪୫ ବେଳେ ପ୍ରାଣ ହରାଇଛନ୍ତି । ଆଜି ଅଭିଷେକଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ।ଗତକାଲି ଗାଁରେ ଅଭିଷେକଙ୍କ ମୃତଦେହ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହେଇଥିଲା।  ଭଦ୍ରକ ଜିଲ୍ଲା ବାସୁଦେବପୁର ମନ୍ଦାରୀ ଗ୍ରାମର ଜଗନ୍ନାଥ ମହାପାତ୍ରଙ୍କ ପୁଅ ଅଭିଷେକ ମହାପାତ୍ର । ଗତ ମେ ୫ ତାରିଖରେ ବିବାହ କରିଥିଲେ । ବିବାହର ମାତ୍ର ୭ ଦିନ ପରେ ତାଙ୍କୁ ଥଣ୍ଡା ଜ୍ୱର ଆରମ୍ଭ ହୋଇଥିଲା । ଭୁବନେଶ୍ୱରରେ ଏକ ଘରୋଇ ହସପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲା । ୧୭ ତାରିଖ ତାଙ୍କ ରିପୋର୍ଟ କରୋନା ପଜିଟିଭ ଆସିଥିଲା । ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ପରେ ଇକମୋ ଚିକିତ୍ସାର ଆବଶ୍ୟକତା ପଡ଼ିଥିଲା । ଅର୍ଥର ଘୋର ଅଭାବ ଥିବାରୁ ନବ ବିବାହିତା ପତ୍ନୀ ମୌସୁମୀ ରାଜ୍ୟ ବାସୀଙ୍କୁ ହାତଯୋଡ଼ି ସହାୟତା ମାଗିଥିଲେ । ଅଭିଷେକଙ୍କ ମା ଓ ବାପା ବହୁ ପରିଶ୍ରମ କରି ଏକ ମାତ୍ର ପୁଅଙ୍କୁ ଇଞ୍ଜିନିୟରିଂ ପାଠ ପଢାଇଥିଲେ । ଏଭଳି କାହାଣୀ ଜାଣି ବିଭିନ୍ନ ଆଡ଼ୁ ସହାୟତାର ସୁଅ ଛୁଟିଥିଲା । ସେହି ଅର୍ଥକୁ ଧରି ଜିଇଁବା ଆଶାରେ ପରିବାର ଲୋକ ତାଙ୍କୁ ଜୁନ ୯ ତାରିଖ କୋଲକାତା ନେଇଥିଲେ । ଦୀର୍ଘ ୩ ମାସ ଧରି ଚିକିତ୍ସା ଜାରି ରହିଥିଲା । ଶୁକ୍ରବାର ତାଙ୍କ ମୃତ୍ୟୁ ଘଟିଛି । ଶନିବାର ବିଳମ୍ବିତ ରାତିରେ ତାଙ୍କ ମର ଶରୀର ବାସୁଦେବପୁର ମନ୍ଦାରୀ ବାସ ଭବନରେ ପହଞ୍ଚିବ । ଅଭିଷେକଙ୍କ ମୃତ୍ୟୁ ଖବର ପାଇ ସାରା ଓଡିଶାବାସୀ ସ୍ତବ୍ଧ ହୋଇଯାଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତେବେ ଆଜି ତାଙ୍କ ଅନ୍ତିମ ସଂସ୍କାର ହେବ ବୋଲି ସୂଚନା ମିଳିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: