ଲକ୍ଷ୍ନୌ(ଓଡ଼ିଆନ୍ ମିଡ଼ିଆ): କରୋନାଭାଇରସ୍ ପାଇଁ ପଜିଟିଭ୍ ପରୀକ୍ଷା କରିଥିବା ଉତ୍ତରପ୍ରଦେଶ ମନ୍ତ୍ରୀ କମଲ ରାନୀ ବରୁଣଙ୍କର ଆଜି ସକାଳେ ମୃତ୍ୟୁ ଘଟିଛି। ତାଙ୍କୁ ୬୨ ବର୍ଷ ହୋଇଥିଲେ।ସରକାର ଏକ ବିବୃତ୍ତିରେ କହିଛନ୍ତି ଯେ, ସଂଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ କମଲ ରାନୀ ଦେବୀଙ୍କର ସକାଳ ୯.୩୦ ରେ ମୃତ୍ୟୁ ହୋଇଥିଲା। ମନ୍ତ୍ରୀ ଗତ କିଛି ଦିନ ଧରି ଅମ୍ଳଜାନ ଏବଂ ଭେଣ୍ଟିଲେଟର ସହାୟତାରେ ଥିଲେ। ଯୋଗ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ଉତ୍ତରପ୍ରଦେଶ ସରକାରରେ କମଲ ରାନୀ ବରୁଣ ବୌଷୟିକ ଶିକ୍ଷା ମନ୍ତ୍ରୀ ଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |