ବ୍ରହ୍ମପୁର,୧/୬(ମନୋଜ କୁମାର ପାତ୍ର):ମଙ୍ଗଳବାର ଦିନ ଦିବ୍ୟଜୀବନ ସଙ୍ଘ ଦ୍ୱାରା ବ୍ରଜନଗର ନିକଟସ୍ଥ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ କରୋନା ରୋଗରୁ ମୁକ୍ତି ସହ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ନିମନ୍ତେ ୧୦୮ ଶ୍ରୀ ହନୁମାନ ଚାଲିଶା ପାରାୟଣ ହୋଇଥିଲା।ଜୟ ଗଣେଶ କୀର୍ତ୍ତନ, ଗୁରୁସ୍ତ୍ରୋତ୍ର, ବିଶ୍ୱପ୍ରାର୍ଥନା,ପ୍ରଭୁ ପ୍ରାର୍ଥନା, ଜପ ଧ୍ୟାନ ସହ ଅର୍ଚ୍ଚନା କରାଯାଇଥିଲା।ଦିବ୍ୟଜୀବନ ସଙ୍ଘର ବରିଷ୍ଠ ସନ୍ଥ ଲାଞ୍ଜିପଲ୍ଲୀ ଶାଖାର ପ୍ରତିଷ୍ଠାତା ସ୍ୱାମୀ ହରିଶରଣାନନ୍ଦ ସରସ୍ବତୀ ମହାରାଜା ଙ୍କ ଅଧ୍ୟକ୍ଷତାରେ ହୋଇଥିଲା।ସ୍ୱାମୀଜୀ କହିଥିଲେ ଯେ “ନାଶଇ ରୋଗ ହରେ ସବ ପିରା,ଜପତ ନିରନ୍ତର ହନୁମନ୍ତ ବୀରା.. ସଙ୍କଟ କଟେ ମିଟେ ସବ ପୀରା,ଜୋ ସୁମୀରହୁ ହନୁମନ୍ତ ବଲ ବୀରା।”ବଜରଙ୍ଗ ବାଲୀଙ୍କୁ ଅନ୍ତରର ସହ ଡାକି ଭକ୍ତି ପୂର୍ବକ ଶ୍ରଦ୍ଧା ଭାବ ସହ ପ୍ରାର୍ଥନା କରାଯାଇଥିଲା।କରୋନା ରୁ ମୁକ୍ତି ନିମନ୍ତେ ତଥା କରୋନା ଯୋଦ୍ଧା ମାନଙ୍କ ନିମନ୍ତେ ଶାନ୍ତି ପାଠ ଓ ମନ୍ତ୍ର ପାଠ କରାଯାଇଥିଲା।ରାଜ କିଶୋର ରାୟ ଙ୍କ ଶରୀର ଆରୋଗ୍ୟ ନିମନ୍ତେ ପ୍ରାର୍ଥନା ହୋଇଥିଲା।ଭ୍ରମରପୁର ଦିବ୍ୟଜୀବନ ସଂଘ ର କୋରେଶୁ ଭାଇ ଓ କୃଷ୍ଣଚନ୍ଦ୍ର ଭାଇଙ୍କ ଆତ୍ମାର ଉଦ୍ଧାର ପାଇଁ ମଧ୍ୟ ପ୍ରାର୍ଥନା କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ମାରୁତି ସତସଙ୍ଗର ସଭାପତି ସହଦେବ ପାତ୍ର, ଗୀତିକାର ବାସବା ସାହୁ,ବାଦ୍ୟକାର ବି.ରାମଚନ୍ଦ୍ର ପାତ୍ର, ନାରାୟଣ କୀର୍ତ୍ତୟା ସହଯୋଗ କରିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |