କରୋନାରେ ଅକାଳରେ ଝରିଗଲେ ନିହାରିକା

ବୌଦ୍ଧ ,୫/୬:ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଚାରିଛକସ୍ଥିତ ଝାଡ୍ରାଜିଂ ସେବାଶ୍ରମ ସ୍କୁଲରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ନିହାରିକା ପ୍ରଧାନଙ୍କ ଶୁକ୍ରବାର ମୃତ୍ୟୁ ଘଟିଥିବା ଜଣାପଡିଛି। ତାଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ପ୍ରଧାନ ଶିକ୍ଷୟିତ୍ରୀ, ସହକର୍ମୀ, ଛାତ୍ରଛାତ୍ରୀଙ୍କ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ଝାଡ୍ରାଜିଂ ସେବାଶ୍ରମ ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ହରପ୍ରିୟା ତ୍ରୀପାଠିଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ଗତ ଦେଢବର୍ଷ ତଳେ ସୁନ୍ଦରଗଡ ଜିଲ୍ଲା ହାତୀବାରୀ ଅଂଚଳର ନିହାରିକା ପ୍ରଧାନ ନାମକ ଜନୈକ ଶିକ୍ଷାସହାୟିକା ତାଙ୍କ ସ୍କୁଲରେ ଶିକ୍ଷୟତ୍ରୀ ଭାବେ ଯୋଗଦାନ କରିଥିଲେ। କରୋନା ଯୋଗୁଁ ସ୍କୁଲ ବନ୍ଦ ଫଳରେ ଲକଡାଉନ ପୂର୍ବରୁ ସେ ନିଜ ଘରକୁ ଫେରିଥିଲେ।ଦୀର୍ଘ ପାଂଚଦିନତଳେ ସେ କରୋନାରେ ଆକ୍ରାନ୍ତ ଥିଲେ। ଗତକାଲି ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଏଭଳି ଦୁଃଖଦ ଖବର ଶୁଣିବା ପରେ ପ୍ରଧାନଶୀକ୍ଷୟତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ସୂଚନା ଥାଉକି ନିହାରିକା ବାପା,ମାଆଙ୍କ ଏକମାତ୍ର ଝିଅ ଥିଲେ। ତାଙ୍କର ଏଭଳି ଅକାଳ ବିୟୋଗରେ ଦୁହେଁ ବାପା, ମାଆ ସଂପୂର୍ଣ୍ଣ ଭାଙ୍ଗିପଡିଥିବା ସେ ସୂଚନା ଦେଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: