କରୋନାରେ ଚାଲିଗଲେ ପଦ୍ମଶ୍ରୀ ପ୍ରଫେସର ରାଧାମୋହନ

ଭୁବନେଶ୍ୱର, ୧୧/୦୬ : ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ କରୋନାରେ ପରଲୋକ। ରାଜଧାନୀ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା। ପଦ୍ମଶ୍ରୀ ପ୍ରଫେସର ରାଧାମୋହନ ନୟାଗଡ଼ର ରଙ୍ଗଣିପାଟଣାରେ ଜନ୍ମଲାଭ କରିଥିଲେ । ସେ ଜୈବ କୃଷି ବିଶେଷଜ୍ଞ ଓ ଅର୍ଥନୀତି ପ୍ରଫେସର ଭାବେ ବେଶ୍ ଜଣାଶୁଣା ଥିଲେ । ସମାଜସେବା ପାଇଁ ରାଜ୍ୟ ସରକାର ତାଙ୍କୁ ‘ଉତ୍କଳ ସେବା ସମ୍ମାନ’ରେ ସମ୍ମାନିତ କରିଥିଲେ । ଏହାଛଡ଼ା ପରିବେଶ ସୁରକ୍ଷା ପାଇଁ ୟୁଏନଏପିର ‘ଗ୍ଲୋବାଲ ରୋଲ୍ ଫ୍ର ଅନର’ ପୁରସ୍କାର ପାଇଥିଲେ । ସେ ଶିକ୍ଷା, ଯୋଜନା ଓ ଜଳଛାୟା ମିଶନର ପରାମର୍ଶଦାତା କମିଟିର ସଦସ୍ୟ ରହିବା ଓଡ଼ିଶାର ସୂଚନା କମିଶନର ଭାବେ ଦାୟିତ୍ୱ ତୁଲାଇଥିଲେ । କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଧାମୋହନ ଓ ତାଙ୍କ ଝିଅ ସାବରମତୀଙ୍କୁ ମିଳିତ ଭାବେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ତାଙ୍କର ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲ, ବହୁ ରାଜନେତା, ଶିକ୍ଷାବିତ୍, ପ୍ରଶାସକ, ବୁଦ୍ଧିଜୀବୀମାନେ ଶୋକବ୍ୟକ୍ତ କରିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: