କରୋନାରେ ଜୀବନ ହାରିଲେ ଯୁବ ଆୟୁଷ ଡାକ୍ତର , ସାରା ଓଡିଶାରେ ଶୋକର ଛାୟା

ନୂଆପଡା,୨୧/୯: ନୂଆପଡା ଜିଲ୍ଲାର ଖରିଆର୍ ରୋଡ ରେ କାର୍ଯ୍ୟ ରତ ଆୟୁଷ ଡାକ୍ତର ଦେବାଶିଷ ପାତ୍ର (୩୫) ଙ୍କ କୋଭିଡ୍ ରେ ଅକାଳ ଦେହାନ୍ତ ହୋଇ ଯାଇଛି। ଗତ ୧୦ ଦିନ ହେବ ସେ kiims କୋଭିଡ୍ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିଲେ। ସେ ଜଣେ ମିଷ୍ଟଭାଷୀ ପରୋପକାରୀ ଡାକ୍ତର ଭାବରେ ପରିଚିତ ଥିଲେ। ତାଙ୍କର ଏକମାତ୍ର ଛୋଟ ଝିଅ ଓ ଧର୍ମ ପତ୍ନୀ ଅଛନ୍ତି। ତାଙ୍କର ବାପା ଆଉ  ଭାଇ ମଧ୍ୟ କରୋନା ରେ ଆକ୍ରାନ୍ତ ହୋଇ ସେହି ହସ୍ପିଟାଲ୍ ରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ବିୟୋଗ ରେ ଆୟୁଷ ଡାକ୍ତର ମାନଙ୍କ ମଧ୍ୟରେ ଶୋକର ଛାୟା ଖେଳଯାଇଛି। ସେ ପଢୁଥିବା କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ କଲେଜ ର ସମସ୍ତ ପୁରାତନ ଛାତ୍ର ଛାତ୍ରୀ ତାଙ୍କର ମୃତ୍ୟୁ ଖବର ରେ ମର୍ମାହତ ହୋଇଛନ୍ତି। ତାଙ୍କ ବିୟୋଗରେ ଡାକ୍ତର ଚଣ୍ଡାଂଶୁ ଭୂଷଣ ସୂତାର , ଡାକ୍ତର ଜଗନ୍ନାଥ ନାଇଡୁ, ଡାକ୍ତର ବି କେ ପ୍ରଶାନ୍ତ କୁମାର, ଡାକ୍ତର ବିରଞ୍ଚି ନାରାୟଣ ବେହେରା, ଡାକ୍ତର ମଦନ ସାହୁ, ଡାକ୍ତର ଆଶିଷ ବିଶ୍ଵାଳ, ଡାକ୍ତର ରାଜେଶ୍ ଭୋଇ , ଡାକ୍ତର ଚିନ୍ମୟ ପ୍ରଧାନ, ଡାକ୍ତର ରାମାନୁଜ ପଟ୍ଟନାୟକ , ଡାକ୍ତର ମନୋଜ ପାତ୍ର,  ଡାକ୍ତର ଲାଳିତେନ୍ଦୁ ସେଠୀ , ଡାକ୍ତର ମାନସ ରାଉତ , ଡାକ୍ତର ଲଲାଟ ରଥ ପ୍ରମୁଖ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ତୁରନ୍ତ ତାଙ୍କୁ କଭୋଡ ନିୟମ ଅନୁସାରେ ସମସ୍ତ ଆର୍ଥିକ ସହାୟତା ଯୋଗାଇବାକୁ ଏବଂ ରାଜ୍ୟରେ କାର୍ଯ୍ୟରତ ସମସ୍ତ ଆୟୂଷ୍ ଡାକ୍ତର ମାନଙ୍କୁ ତୁରନ୍ତ ନିୟମିତ କରିବା ପାଇଁ ସାଧାରଣରେ ଦାବୀ ହେଉଛି । କାରଣ ରାଜ୍ୟରେ ଏହି କଠିନ ସମୟରେ ସମସ୍ତ ଡାକ୍ତରଖାନା ମାନଙ୍କରେ ଆୟୁଷ ଡାକ୍ତର ମାନେ ନିଜ ଜୀବନକୁ ଉତ୍ସର୍ଗ କରି ଆଗ ଧାଡ଼ିର ଯୋଦ୍ଧା ଭାବରେ କାର୍ଯ୍ୟ କରୁଛନ୍ତି । କିନ୍ତୁ ଦୁଃଖର କଥା ନା ସେମାନେ ସମାନ କାମକୁ ସମାନ ଦରମା ପାଉଛନ୍ତି ନା ସାମାଜିକ ସୁରକ୍ଷା । ତେଣୁ ସରକାର ସେମାନ ଙ୍କୁ ସ୍ଥାୟୀ କରିବା ସହ ସାମାଜିକ ସୁରକ୍ଷା ଦେବାର ଆବଶ୍ୟକତା ଆସିଚି। ନହେଲେ କାର୍ଯ୍ୟ କରୁଥିବା ଆୟୁଷ ଡାକ୍ତର ମାନଙ୍କର ମନୋବଳ ଭାଙ୍ଗିଯିବା ର ଭୟ ରହିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!