କରୋନାରେ ପ୍ରାଣ ହରାଇଥିବା ପିତାମାତାଙ୍କ ଅନାଥ ପିଲାଙ୍କୁ ସହାୟତା ଦେଲେ ଜିଲାପାଳ

କେନ୍ଦ୍ରାପଡ଼ା,୧୪ା୬ : କୋଭିଡରେ ପ୍ରାଣ ହରାଇଥିବା ପିତାମାତାଙ୍କ ୩ଟି ଅନାଥ ପିଲାଙ୍କୁ ସହାୟତା ପ୍ରଦାନ କରିଛି ଜିଲ୍ଲା ପ୍ରଶାସନ । ଆଳି ବ୍ଲକ ଅନ୍ତର୍ଗତ ଚଣ୍ଡିଆଗଡି ଗ୍ରାମର କିଶୋର ଚନ୍ଦ୍ର ରଥ(୪୩) ଆନ୍ଧ୍ରପ୍ରଦେଶର ଆନନ୍ଦପୁର ଜିଲ୍ଲାରେ ଗତ ୧୫ବର୍ଷ ଧରି ବେସରକାରୀ ସଂସ୍ଥାରେ କାମ କରୁଥିଲେ । ସେଠାରେ କୋଭିଡ ଆକ୍ରାନ୍ତ ହୋଇ ଗତ ମଇମାସ ୪ତାରିଖରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସେହିଦିନ ତାଙ୍କ ପତ୍ନୀ ସୁପ୍ରିୟା ରଥ(୩୮)ଓ ତାଙ୍କର ୩ଟି ପିଲାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ଗତ ମଇମାସ ୫ତାରିଖରେ କୋଭିଡ ପରୀକ୍ଷା କରାଯିବାରେ ସୁପ୍ରିୟାଙ୍କର ପଜିଟିଭ ବାହାରିବାରୁ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା । କିନ୍ତୁ ମଇ ୬ତାରିଖରେ ତାଙ୍କର ସେଠାରେ ମୃତ୍ୟୁ ହୋଇଯାଇଥିଲା । ଉଭୟ କିଶୋର ଏବଂ ସୁପ୍ରିୟାଙ୍କ ୩ଟି ଅନାଥ ପିଲା ଏବେ ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ ମାମୁଁ ଘରେ ରହୁଛନ୍ତି । ସରକାରଙ୍କ ନିର୍ଦେଶ ଅନୁଯାଇ ଜିଲ୍ଲାପାଳ ଅମ୍ରିତ ଋତୁରାଜ ସୋମବାର ପୂର୍ବାହ୍ନରେ ସେହି ଅନାଥ ପିଲାମାନଙ୍କ ପାଖରେ ପହଞ୍ଚି ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିବା ସହ ରାଜ୍ୟ ସରକାରଙ୍କ ନୂତନ ସଂଶୋଧନ ମଧୁବାବୁ ଭତ୍ତା ଯୋଜନାରେ ତିନିମାସର ଭତ୍ତା ୧୫ଶହ ଟଙ୍କା କରି ଭତ୍ତା ଓ ପରିଚୟପତ୍ର ପ୍ରତ୍ୟେକ ପିଲାଙ୍କୁ ପ୍ରଦାନ କରିଥିଲେ । ଏଥିସହିତ ପ୍ରଧାନମନ୍ତ୍ରୀ ଯତ୍ନ ଯୋଜନାରେ ସେହି ପିଲାମାନଙ୍କୁ ଶିକ୍ଷା ପ୍ରଭୃତି ସମସ୍ତ ସହାୟତା ଯୋଗାଇ ଦେବାକୁ ଜିଲ୍ଲାପାଳ ପ୍ରତିଶୃତି ଦେଇଥିଲେ । ସେହିଭଳି ଅମୃତମଣୋହୀ ଗ୍ରାମର କୋଭିଡରେ ସ୍ୱାମୀ ମୃତ୍ୟୁବରଣ କରିଥିବା ଜଣେ ବିଧବା ମହିଳାଙ୍କୁ ମଧ୍ୟ ଏହି ଯୋଜନାରେ ଭତ୍ତା ପ୍ରଦାନ କରାଯାଇଛି । ଜିଲ୍ଲାପାଳଙ୍କ ସହିତ ପଟ୍ଟାମୁଣ୍ଡାଇ ମଣ୍ଡଳ ଉନ୍ନୟନ ଅଧିକାରୀ ଭରତ ଚନ୍ଦ୍ର ପରିଡା, ତହସିଲଦାର ଭୋଳାନାଥ ସେଠୀ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ପ୍ରମୁଖ ସେଠାରେ ଉପସ୍ଥିତ ଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: