ଋଷିକେଷ ୨୧/୫ : କୋଭିଡ ଚିକିତ୍ସା ପାଇଁ AIIMS ଋଷିକେଶରେ ଭର୍ତ୍ତି ହୋଇଥିବା ପରିବେଶବିତ୍ ସୁନ୍ଦରଲାଲ ବାହୁଗୁଣାଙ୍କ ଦେହାନ୍ତ । ମଧ୍ୟାହ୍ନ ୧୨ଟାରେ ସେ ଋଷିକେଶ AIIMS ରେ ଶେଷ ନିଶ୍ୱସ ତ୍ୟାଗ କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ତାଙ୍କର ଅମ୍ଳଜାନ ସାଚୁରେଚନ ୮୬ ପ୍ରତିଶତ ଥିଲା । ପରିବେଶବିତ୍ ସୁନ୍ଦରଲାଲ ବହୁଗୁଣା ଗତ କିିଛିଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ ।ତେବେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ AIIMSରେ ଭର୍ତ୍ତି କରାଯାଇଥିଲା । ହେଲେ ଆଜାର ତାଙ୍କର ସେଠାରେ ପରଲୋକ ହୋଇଛି । ଡାକ୍ତରଙ୍କ କହିବା ଅନୁଯାୟୀ, ସେ ଜଣେ ମଧୁମେହ ରୋଗୀ ଏବଂ କୋଭିଡଙ୍କ ସହ ନିମୋନିଆରେ ପୀଡିତ ଥିଲେ । ବିଭିନ୍ନ ରୋଗ ହେତୁ ସେ ଗତ କିଛି ବର୍ଷ ଧରି ଔଷଧ ଖାଉଥିଲେ। ମୃତ୍ୟୁ ବେଳକୁ ବହୁଗୁଣା ୯୪ ବର୍ଷ ବୟସ ହୋଇଥିଲା । ଭାରତର ଜଣାଶୁଣା ପରିବେଶବିତ୍ ଯିଏ ପ୍ରସିଦ୍ଧ ଚିପକୋ ଆନ୍ଦୋଳନର ତରଙ୍ଗ ସୃଷ୍ଟି କରିଥିଲେ, ଏହା ଘଞ୍ଚ ଜଙ୍ଗଲ ଦେଇ ଅନେକ ନାଗରିକଙ୍କ ହୃଦୟରେ ପ୍ରତିଫଳିତ ହୋଇଥିଲା
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |