କରୋନା ଦ୍ୱିତୀୟ ଲହରିରେ ଜୀବନ ଜୀବିକା ସମ୍ପୂର୍ଣ୍ଣ ପ୍ରଭାବିତ

ନବରଙ୍ଗପୁର,୨୧/୫(ମିହିର ଶଙ୍କର ପାତ୍ର):-କରୋନା ସଂକ୍ରମଣକୁ ନିୟନ୍ତ୍ରଣ ପାଇଁ ଗତ ୫ରୁ ରାଜ୍ୟରେ ଲକଡାଉନ ଘୋଷଣା କରାଯାଇଛି ।ଏହି ଲକଡାଉନ ଜୁନ ମାସ ୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ଘୋଷଣା ପରେ ମଧ୍ୟବିତ୍ତ ବ୍ୟବସାୟୀଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଥିବା ଦେଖୁବାକୁ ମିଳୁଛି । ସକାଳ ୭ ରୁ ୧୧ଘଣ୍ଟା ଦୋକାନ ଖୋଲିବା ପାଇଁ ନିର୍ଦ୍ଦେଶ ହୋଇଛି । ଏହି ସମୟ ରେ କପଡା ଦୋକାନ,ଚପଲ ଦୋକାନ ସେଲୁନ ଭଳି ଅଧିକାଂଶ ଦକାନ ଖଲିବା ପାଇଁ ଅନୁମତି ମିଳିନାଇ ସରକାର ଚିନ୍ତା କରିବା ଦରକାର ସେମାନଙ୍କ ଜୀବନ ଜୀବିକା ବିଷୟରେ ,ସେମାନଙ୍କ ପରିବାର କେମିତି ଚାଲିବ । ଏହା ବଦେ କିଛି ହୋଟେଲ ମାଲିକଙ୍କୁ ଏହି ସୀମିତ ସମୟ ସମସ୍ୟା କରିଛି । ମାତ୍ର ୪ ଘଣ୍ଟା ପାଇଁ ହୋଟେଲ ମାଲିକମାନେ ଦୋକାନ ଖୋଲିବା ପାଇଁ ଅମଙ୍ଗ ହେଉଛନ୍ତି । ସେହିପରି ପରିବା ଦୋକାନୀ ଓ ଫଳ ଦୋକାନୀ ମାନେ ମଧ୍ୟ ବ୍ୟବସାୟ ପାଇଁ ସୀମିତ ସମୟ ଥିବାରୁ ପରିବା ଓ ଫଳ ନଷ୍ଟ ହେବା ନେଇ ଚିନ୍ତାରେ ପଡିଛନ୍ତି । ସପ୍ତାହାନ୍ତ ସଟଡାଉନ ସାଙ୍ଗକୁ ସପ୍ତାହିକ ହାଟ ବନ୍ଦ ରହୁଥିବା ଯୋଗୁଁ ଚାଷୀ ଜମିରୁ ଫସଲ ଉତ୍ପାଦନ କରିପାରୁନି କି ବାହାରକୁ ପଠାଇ ପାରୁନି । ବର୍ତ୍ତମାନ ପରିସ୍ଥିତିରେ ପରିବା ଦର ନେଇ ମଧ୍ୟ ଚାଷୀର ଚିନ୍ତା ବଢ଼ିଛି ବ୍ୟବସାୟୀ ମାନେ କରୋନା ଯୋଗୁଁ ଆସୁ ନଥିବାବେଳେ ଏକର ଏକର ଚାଷ ଜମିରେ ପନି ପରିବା ପଚି ନଷ୍ଟ ହୋଇଯାଉଛି । ରଣ କରି ଚାଷ କରିଥିବା ଚାଷୀ ବର୍ତ୍ତମାନ ଶାଗ ମାଛ ଦରରେ ପନିପରିବା ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଅନ୍ୟପକ୍ଷରେ କିଛି ଅସାଧୁ ତେଜରାତି ବ୍ୟବସାୟୀ କରୋନାର ଫାଇଦା ନେଇ ଚଢା ଦରରେ ସାମଗ୍ରୀ ବିକ୍ରୀ କରୁଥିବା ଅଭିଯୋଗ ଶୁଣିବାକୁ ମିଳୁଛି ଡାବୁଗାଁ ଅଞ୍ଚଳରେ । ପ୍ରଶାସନ ତରଫରୁ ଦର ନିୟନ୍ତ୍ରଣ ପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହୋଉଛି । ଲକଡାଉନ ଯୋଗୁଁ ଲୋକଙ୍କର ଅର୍ଥନୈତିକ ଅବସ୍ଥା ଏବେ ବିଗିଡିବାରେ ଲାଗିଛି । ସରକାରୀ ଚକେରିୟା ବ୍ୟତିତ ଅନ୍ୟ ସମସ୍ତ ଘରୋଇ ବ୍ୟବସ୍ଥା ଉପରେ ନିର୍ଭର କରୁଥିବା ଲୋକମାନେ ନିଜର ଘର ଚଳାଇବାକୁ ମଧ୍ୟ ଅକ୍ଷମ ହୋଇ ପଡ଼ିଲେଣି । କରୋନାର ପ୍ରଥମ ସଂକ୍ରମଣ ସମୟରେ ଦୀର୍ଘ ୯ ମାସ ଧରି ସାରା ରାଜ୍ୟ ତାଲାବନ୍ଦ ରହିବା କାରଣରୁ ସାଧାରଣ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଥିଲା । ତେବେ ପରିସ୍ଥିତିରେ ସାମାନ୍ୟ ସୁଧାର ଆସିବା ପରେ ଲୋକେ ଅଣ୍ଟା ସଳଖ୍ ଛିଡ଼ା ହେବା ପାଇଁ ଚେଷ୍ଟା କରୁଥିବା ବେଳେ ପୁଣି ଦ୍ବିତୀୟ ସଂକ୍ରମଣରେ ସମସ୍ତଙ୍କ ଜୀବନ ଜୀବିକା ଦିଗୁଣ ପ୍ରଭାବିତ ହୋଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: