କରୋନା ଭୁଲାଇଦେଲା ମାନବିକତା

ରାଜନଗର,୬ା୯; କରୋନା ମହାମାରୀ ଆଗରେ ମଣିଷ ପଣିଆ ହଜି ଯାଇଛି । କରୋନା ମହାମାରୀ ଅଂଚଳରୁ ଶବ ଆସିଥିବାରୁ ଆତ୍ମୀୟ ସୂଜନ ଏପରିକି ଗାଁ ଲୋକେ କାନ୍ଧ ଦେବାତ ଦୂରର କଥା, ଶବକୁ ଗାଁ ଭିତରକୁ ନେବା ପୂର୍ବରୁ କୋଭିଡ ପରୀକ୍ଷା କରିବାକୁ ଜିଦ କରିଥିଲେ । ରାଜନଗର ବ୍ଲକ ହାତିନା ପଚାଂୟତ କଏଥା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ଏହି ଗ୍ରାମର ବାସୁଦେବ ପଢିହାରୀ ପରିବାର ସହ ଦୀର୍ଘ ତିନି ଦଶନ୍ଧିରୁ ଉର୍ଦ୍ଧ୍ୱ ଧରି କଟକସ୍ଥିତ ବକ୍ସିବଜାର ଧୋବିଲେନରେ ରହୁଆସୁଥିଲେ । ଶନିବାର ଦିନ ରାତି ୯ଟାରେ ସେ ମୃତ୍ୟୁବରଣ କରିବା ପରେ ତାଙ୍କ ଇଛାକୁ ସମ୍ମାନ ଦେଇ ପରିବାର ଲୋକେ ସମ୍ପର୍କିୟଙ୍କୁ ଜଣାଇ ଶବ ଗାଁକୁ ଆଣିଥିଲେ । ରବିବାର ଭୋର ୪ଟା ସମୟରେ ଶବ ଡେରା ନିକଟରେ ପହଂଚିବା ପରେ ଗାଁଲୋକେ ଶବକୁ ବିରୋଧ କରିବା ଆରମ୍ଭ କରିଥିଲେ । ଶବ ଓ ଶବକୁ ନେଇ ଆସିଥିବା ସମ୍ପର୍କିୀୟମାନେ କୋଭିଡ ପରୀକ୍ଷା କରି ଗାଁ
ଭିତରକୁ ଆସିବାକୁ କହିଥିଲେ । ଏହାକୁ ନେଇ ଦୀର୍ଘ ସମୟଧରି ବାଦାନୁବାଦ ଲାଗି ରହିଥିଲା । ପୁନର୍ବାର ଗାଁ ନିକଟ ଗହ୍ମାଶିଖର ଛକରେ ଶବକୁ ଅଟକାଇଥିଲେ । ଖବରପାଇ ସ୍ଥାନୀୟ ସରପଚଂ ଶ୍ରୀକାନ୍ତ ପ୍ରଧାନ ପହଂଚି ଲୋକମାନଙ୍କ ସହିତ ଆଲୋଚନା କରିବା ପରେ ଶବ ଗାଁ ଭିତରକୁ ନଯାଇ ମଶାଣୀକୁ ଯାଇଥିଲା । ଶବ ନିକଟକୁ କେହି ଆତ୍ମୀୟ ସୂଜନ ଯାଇନଥିଲେ । ଶବ ସତ୍କାର ପରେ ଶବ ସହିତ ଆସିଥିବା ୧୦ଜଣ ବ୍ୟକ୍ତିଙ୍କର ସ୍ୱାବ ନମୁନା ପରୀକ୍ଷା କରାଯାଇଥିଲା । ପରୀକ୍ଷା ପରେ ତାଙ୍କ ସ୍ତ୍ରୀ ଓ ତାଙ୍କ ପୁଅଙ୍କର ପଜିଟିଭ ଜଣାପଡିବା ପରେ ସଂପୃକ୍ତ ପରିବାର ବାହାର ଲୋକଙ୍କ ସଂସ୍ପର୍ଶରେ ନଆସିବା ପାଇଁ ସରପଚଂ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି । ସୂଚନା ଥାଉକି, ରାଜନଗର ବ୍ଲକରେ ଏବେ ସୁଦ୍ଧା ୧୩୮ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୯୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୫ଟି ସଙ୍ଗରୋଧ କେନ୍ଦ୍ରରେ ୭୩ଜଣ ପ୍ରବାସୀ ରହିଥିବା ଡାକ୍ତର ରଶ୍ମିରଂଜନ
ମହାନ୍ତି ସୂଚନା ଦେଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!