କରୋନା ରୋଗୀଙ୍କ ଠାରୁ ଲୁଟ୍‌ ହେଉଛି ସୁନା, ରୂପା, ଟଙ୍କା ଆଉ ମୋବାଇଲ

କେନ୍ଦୁଝର,୭/୬: କରୋନା ରୋଗୀଙ୍କ ଠାରୁ ମୂଲ୍ୟବାନ ସାମଗ୍ରୀ ଲୁଟ୍‌ ହେଉଥିବା ଅଭିଯୋଗ ହେଉଥିଲା । ତେବେ ଲୁଟେରାଙ୍କୁ ଧରିଛି    ପୁଲିସ ।ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ଲୋକ ଓ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ମୋବାଇଲ, ସୁନା ଅଳଙ୍କାର, ଟଙ୍କାପଇସାକୁ କୋଭିଡ୍‌ ହସ୍‌ପିଟାଲ କର୍ମଚାରୀ ଲୁଟି ନେଉଥିବା ବେଳେ ଏକ ଲୁଟେରା ଗୋଷ୍ଠୀ ବେଶ୍‌ ସକ୍ରିୟତାର ସହିତ ନିଜର ଲକ୍ଷ୍ୟ ପୂରଣ କରୁଥିବା ଚାଞ୍ଚଲ୍ୟକର ଖବର ମିଳିଛି । ପ୍ରାଣ ହରାଉଥିବା ଲୋକଙ୍କ ପରିବାର ଏ ବିଷୟରେ ନିରବ ରହୁଥିବା ସମୟରେ ପର୍ଜନପୁର ଅଞ୍ଚଳର ଜଣେ ବ୍ୟକ୍ତି ଲକ୍ଷ୍ମୀଧର ମାଝୀ ନିଜ କକାଙ୍କ ମୃତ୍ୟୁ ପରେ ମୂଲ୍ୟବାନ ସାମଗ୍ରୀ ଫେରି ନପାଇ ଥାନାରେ ଏତଲା ଦେବା ପରେ ଚୋର ର‌୍ୟାକେଟ୍‌କୁ ପୁଲିସ ଧରିବାରେ ସଫଳ ହୋଇଛି । ଏହି ଘଟଣାରେ ୩ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି । ସେମାନେ ହେଲେ କୋଭିଡ୍‌ ହସ୍‌ପିଟାଲର ୪ର୍ଥ ଶ୍ରେଣୀ କର୍ମଚାରୀ ଭୁବନେଶ୍ୱର ଅଞ୍ଚଳରୁ ରାହୁଲ ପ୍ରଧାନ (୨୧) ଙ୍କ ସମେତ ତାଙ୍କଠାରୁ ସାମଗ୍ରୀ କିଣିଥିବା ଜଗନ୍ନାଥ ବାରିକ (୨୯) ଏବଂ ଜିମିନ୍ଦ୍ର ଦିଗଲ (୨୮) । ଏମାନଙ୍କ ଠାରୁ ମୋବାଇଲ ଫୋନ୍‌ ଓ ସୁନା ଚେନ୍‌ ଉଦ୍ଧାର ହୋଇଛି । କେନ୍ଦୁଝରର ଜଣେ ଯୁବ ବ୍ୟବସାୟୀ ମଦନମୋହନ ବାରିକ କୋଭିଡ୍‌ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ସମୟରେ ମାତ୍ର ୩୭ ବର୍ଷ ବୟସରେ ଗତମାସ ୩ ତାରିଖରେ ପରଲୋକ ଘଟିଥିଲା । ତେବେ ମୃତ୍ୟୁ ପରେ ତାଙ୍କର ମୋବାଇଲ୍‌, ହାତପିନ୍ଧା ଘଣ୍ଟା ଏବଂ ୫ ହଜାର ଟଙ୍କା ଫେରସ୍ତ ମିଳିନାହିଁ । ଟଙ୍କା ଓ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ ନଥିବା ସମୟରେ ମୋବାଇଲରେ ବ୍ୟବସାୟ ସଂକ୍ରାନ୍ତୀୟ ଅନେକ ତଥ୍ୟ ରହିଥିବାରୁ ପରିବାର ଲୋକେ ତାହା ଫେରସ୍ତ ପାଇଁ ସ୍ୱାସ୍ଥ୍ୟବିଭାଗ ସହିତ ଜିଲ୍ଲାପାଳଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଥିଲେ । ମଦନଙ୍କ ବ୍ୟବସାୟରେ ଲକ୍ଷାଧିକ ଟଙ୍କା ବାକି କହିଥିବା ସମୟରେ ଏହାର ସମସ୍ତ ତଥ୍ୟ ମୋବାଇଲରେ ରହିଥିବାରୁ ଫେରାଇବା ଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ପରିବାର ଲୋକେ ନିବେଦନ କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: