କରୋନା ସଚେତନତା କାର୍ଯ୍ୟକ୍ରମରେ ସହଯୋଗର ହାତ ବଢ଼ାଇଲା ଜିଲ୍ଲା କୃଷି ବିଭାଗ

ମାଲକାନଗିରି,୧୪/୬( ଶ୍ରୀନିବାସ ପଣ୍ଡା): କରୋନା ମହାମାରୀ ର କରାଳ ଛାୟା ସମଗ୍ର ବିଶ୍ବକୁ ଆଚ୍ଛାଦିତ କରି ସାରିଛି। ପ୍ରତ୍ୟେକ ଦେଶ, ନିଜ ନିଜର ସାଧ୍ୟମତେ କରୋନା ମହାମାରୀ ରୁ ବର୍ତ୍ତିବା ପାଇଁ ଭିନ୍ନ ଭିନ୍ନ କୌଶଳ ଅବଲମ୍ବନ କରୁଛନ୍ତି। ଭାରତବର୍ଷ ଏସବୁର ମୁକାବିଲା କରିବାକୁ ଅନେକ ପ୍ରକାର ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଇଛି। ଘଞ୍ଚ ଜନବସତି ଅଞ୍ଚଳ ହେଇଥିବାରୁ ଦ୍ରୁତ ସଂକ୍ରମଣ ଭୟ ସବୁବେଳେ ରହିଛି। ତେଣୁ ପ୍ରଶାସନ ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଏବଂ ବେସରକାରୀ ସଂସ୍ଥା ଭିନ୍ନ ଭିନ୍ନ ଉପାୟରେ ଜନସଚେତନ କାର୍ଯ୍ୟକ୍ରମ ଲଗାତର ଭାବେ କରିଆସୁଛନ୍ତି। ଓଡିଶା ସେଦୃଷ୍ଟିରୁ ଯଥେଷ୍ଟ ଆଗରେ। ଅନ୍ୟ ପଡୋଶୀ ରାଜ୍ୟ ତୁଳନାରେ ସଂକ୍ରମଣ ହାର ଯଥେଷ୍ଟ କମ। କାରଣ ରାଜ୍ୟ ସରକାର ଯଥେଷ୍ଟ ପୂର୍ବରୁ ଅନେକ ପ୍ରକାର କଠୋର ପଦକ୍ଷେପ ମାନ ଗ୍ରହଣ କରିଛନ୍ତି। ଓଡ଼ିଶାର ପୋଲିସ ବିଭାଗ ଏବଂ ସମସ୍ତ ସରକାରୀ କଳ ପୂର୍ଣ ପ୍ରାଣରେ ସରକାର ଙ୍କୁ ସହଯୋଗ କରିବା ଦ୍ୱାରା ଆଜି ଓଡିଶା ର ସ୍ଥିତି ଯଥେଷ୍ଟ ଭଲ। ମାଲକାନଗିରି ଜିଲ୍ଲା ଏସବୁ କାର୍ଯ୍ୟରେ ଯଥେଷ୍ଟ ଆଗରେ। ଦେଖା ଯାଉଛି ବିଭିନ୍ନ ବେସରକାରୀ ଅନୁଷ୍ଠାନ ଠାରୁ ଆରମ୍ଭ କରି ସାମ୍ବାଦିକ ସଙ୍ଘ ପର୍ଯ୍ୟନ୍ତ ବିପତ୍ତି ସମୟରେ ଜିଲ୍ଲା ତମାମ ବୁଲି ବୁଲି କିମ୍ବା ପ୍ରଚାର ଗାଡି ମାଧ୍ୟମରେ ସଚେତନ କାର୍ଯ୍ୟକ୍ରମ କରିଚାଲିଛନ୍ତି। ସେଇ ପରିପେକ୍ଷିରେ ଜିଲ୍ଲା କୃଷି ବିଭାଗ ଗୋଟିଏ ସୁସଜ୍ଜିତ ଚାରି ଚକିଆ ଗାଡ଼ିରେ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଜିଲ୍ଲା ତମାମ ବୁଲି ବୁଲି ପ୍ରଚାର କାର୍ଯ୍ୟ ଜାରି ରଖିଛି।ଗତ ପାଞ୍ଚ ତାରିଖରୁ ଏକାର୍ଯ ଆରମ୍ଭ ହେଇଥିବା ପ୍ରକାଶ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!