ନୂଆଦିଲ୍ଲୀ, ୨୬।୧: ଆଜି ଦେଶରେ ୭୪ତମ ଗଣତନ୍ତ୍ର ଦିବସ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀରେ ଦେଶ ପାଇଁ ଜୀବନ ଦେଇଥିବା ବୀରମାନଙ୍କୁ ଶ୍ରୀଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।କର୍ତ୍ତବ୍ୟ ପଥରେ ପ୍ରଧାନମନ୍ତ୍ରୀ ମୋଦୀ ପହଞ୍ଚିବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସେଠାରେ ତାଙ୍କର ସ୍ବଗତ କରିଥିଲେ। ଗଣତନ୍ତ୍ର ଦିବସ ସମାରୋହରେ ଅଂଶ ଗ୍ରହଣ କରିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ମିଶର ଦେଶର ରାଷ୍ଟ୍ରପତି ଅବଦେଲଖ୍ ଫତ୍ହା ଏଲ୍ ବି କର୍ତ୍ତବ୍ୟ ପଥରେ ପହଞ୍ଚିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁମୁର୍ ଜାତୀୟ ପତାକା ଉତ୍ତୋଳନ କରିବା ପରେ ପରେଡ୍ ଆରମ୍ଭ ହୋଇଯାଇଛି।ପ୍ରଥମ ଥର ପାଇଁ ରାଜଧାନୀ ଦିଲ୍ଳୀରେ କର୍ତ୍ତବ୍ୟ ପଥରେ ହୋଇଥିବା ପରେଡ୍ରେ ଅନେକ ରାଜ୍ୟର ଝଲକ ଦେଖିବାକୁ ମିଳିଛି। ଏହି ପରେଡ୍ରେ ଉତ୍ତରପ୍ରଦେଶର ଝଲକରେ ଅଯୋଧ୍ୟର ୩ ଦିନିଆ ‘ଦୀପ ଉତ୍ସବ’କୁ ବି ପ୍ରଦର୍ଶନ କରାଯାଇଛି। ଏବର୍ଷ ପ୍ରଥମ ଥର ପାଇଁ କର୍ତ୍ତବ୍ୟ ମାର୍ଗରେ ପରେଡ୍ ହୋଇଛି। ସୁରକ୍ଷା ପାଇଁ ଦିଲ୍ଲୀରେ ୬୦୦୦ ସୁରକ୍ଷା କର୍ମୀ ନିୟୋଜିତ ହୋଇଥିବା ବେଳେ କର୍ତ୍ତବ୍ୟ ପାଥ୍ରେ ସାଧାରଣତନ୍ତ୍ର ଉତ୍ସବରେ ୨୪ଟି ହେଲ୍ପ ଡେକ୍ସ ବି ରଖାଯାଇଛି। ରାଜଧାନୀ ଦିଲ୍ଲୀର ବିଜୟ ଛକଠାରୁ ସାଧାରଣତନ୍ତ୍ର ଦିବସ ପରେଡ୍ ଆରମ୍ଭ ହୋଇଥିବା ବେଳେ ଦିଲ୍ଳୀଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ଦିଲ୍ଲୀ ପୁଲିସ୍ ପକ୍ଷରୁ ପାଟ୍ରୋଲିଂ ବି ଜାରି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀରେ ଦେଶ ପାଇଁ ଜୀବନ ଦେଇଥିବା ବୀରମାନଙ୍କୁ ଶ୍ରୀଦ୍ଧାଞ୍ଜଳି ଅର୍ପଣ କରିଥିଲେ। କର୍ତ୍ତବ୍ୟ ପଥରେ ପ୍ରଧାନମନ୍ତ୍ରୀ ମୋଦୀ ପହଞ୍ଚିବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସେଠାରେ ତାଙ୍କର ସ୍ବଗତ କରିଥିଲେ।ହରିଆଣାର ଝଲକରେ ଭଗବଦ୍ ଗୀତା ଡିଜାଇନ୍ ଦେଖିବାକୁ ମିଳିଛି। କିପରି ଭଗବାନ କୃଷ୍ଣ ଅର୍ଜୁନଙ୍କ ରଥରେ ଶାରଥୀ ହୋଇ ଗୀତା ସଂପର୍କରେ ବୁଝାଉଛନ୍ତି ତାହା ଦେଖିବାକୁ ମିଳିଛି। ସେହିପରି ଦିଲ୍ଲୀର କର୍ତ୍ତବ୍ୟ ପଥରେ ଝାରଖଣ୍ଡ, ଅରୁଣାଚଳପ୍ରଦେଶ, ଜମ୍ମୁ-କଶ୍ମୀର ଓ କେରଳର ଝଲକ ଦେଖିବାକୁ ମିଳିଛି। ଏହିପରି ଭାବେ ବିଭିନ୍ନ ରାଜ୍ୟର କଥା ଏହି ପରେଡ୍ରେ ଦେଖିବାକୁ ମିଳିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |