କର୍ମଜୀବୀ ଆନ୍ତର୍ଜାତିକ ଇନକା ମହିଳା ସଙ୍ଘର ରଜ ମହୋତ୍ସବ।

ଭୁବନେଶ୍ୱର  ୧୬/୦୬ :- ଭୁବନେଶ୍ୱର ମହାନଗର ନିଗମ ଅଧିନସ୍ଥ ବିଷ୍ଣୁ ମନ୍ଦିର ନିକଟସ୍ଥ ସଂସ୍କୃତି ଭବନ ଠାରେ କର୍ମଜୀବୀ ମହିଳା ମାନଙ୍କ ସଂଗଠନ ଇନକା ମହିଳା କର୍ମଜୀବୀ ସଙ୍ଘ ପକ୍ଷରୁ ରଜ ଉପଲକ୍ଷେ ରଜ ମହୋତ୍ସବ କାର୍ଯ୍ୟକ୍ରମ ଧୁମଧାମରେ ପାଳିତ ହେଇଯାଇଛି। ଓଡ଼ିଶାର ତେର ପର୍ବ ମଧ୍ୟରେ ରଜ ପର୍ବ ଏକ ସ୍ୱତନ୍ତ୍ର ପର୍ବ। ସାଧାରଣତଃ ସୁସ୍ୱାଦୁ ପିଠାପଣା, ରଜପାନ ସହିତ ଦୋଳିଖେଳ ଏହାର ମୁଖ୍ୟ ଆକର୍ଷଣ। ସହରୀ ସଭ୍ୟତା ଧୀରେଧୀରେ ଓଡ଼ିଆ ସଂସ୍କୃତିକୁ ଗ୍ରାସ କରୁଥିବା ବେଳେ ସହର ମଧ୍ୟରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶିକ୍ଷିତ ମହିଳା ମାନେ ପରମ୍ପରାକୁ ବଞ୍ଚାଇବା ପାଇଁ ପ୍ରୟାସ କରିବା ସ୍ୱାଗତଯୋଗ୍ୟ ପଦକ୍ଷେପ। ସେଇ ଉପଲକ୍ଷେ ଭୁବନେଶ୍ୱରର ଉକ୍ତ ମହିଳା ସଙ୍ଘର ମହିଳା ମାନେ ସକାଳୁ ସକାଳୁ ଉଠି ଓଡ଼ିଆ ଘରର ପିଠା ଯଥା :- କ୍ଷୀର ପୋଡପିଠା, ଚାଉଳ ମଣ୍ଡା, ସୁଜି ମଣ୍ଡା ତଥା ଆରିସା କାକରା ଆଦି ତିଆରି କରି ମହୋତ୍ସବ କକ୍ଷକୁ ଆଣିଥିଲେ। ଉଦେଶ୍ୟ ଥିଲା ଲୋପ ପାଇବାକୁ ବସିଥିବା ପରମ୍ପରାକୁ ପୁନର୍ଜୀବିତ କରିବା। ଉକ୍ତ ମହିଳା ସଙ୍ଘର ମହିଳା ମାନେ ନିଜର କର୍ମମୟ ଜୀବନ ମଧ୍ୟରୁ ସମୟ ବାହାର କରି ଓଡ଼ିଆ ଜାତିର ପ୍ରତ୍ୟେକ ପର୍ବକୁ ସଠିକ ଭାବେ ପାଳନ କରୁଥିବାରୁ ବିଭିନ୍ନ ମହଲରୁ ପ୍ରଶଂସିତ ହେଉଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: