ନବରଙ୍ଗପୁର ,୧୪/୩(ଭୋଦେବ ଗୌଡ଼): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କୁଟ୍ରି ଛାପର ପଞ୍ଚାୟତ ଅନ୍ତର୍ଗତ କଲେଗାଁ ଠାରେ ଆଜି ମା ଠାକୁରାଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟନ ହୋଇଯାଇଛି । ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସମିତି ସଭ୍ୟା ଲଛମା ଗୋଣ୍ଡ ଯୋଗ ଦେଇ ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥିଭାବେ ସ୍ଥାନୀୟ ୱାର୍ଡ ମେମ୍ବର ମାଧବ ଗୋଣ୍ଡ , ନିରାକାର ଗଣ୍ଡ , ଧରମ ଗଣ୍ଡ ,ତ୍ରିନାଥ ଧୁରୁଆ , କମଲୁ ବାଘ , ଗୋକୁଳ ହରିଜନ , ମାଧବ ମାଝୀ , ଅର୍ଜୁନ ହରିଜନ ପ୍ରମୂଖ ଯୋଗ ଦେଇଥିଲେ । ଆଜିର ଉଦଘାଟନ ମ୍ୟାଚ ରେ ଭାଲୁକନାଡୀ ଟିମ ସହ ବିଗବୁଲ ଝରିଗାଁ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଭାଲୁକନାଡୀ ଟିମ ଟସ ଜିତି ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲେ ତେବେ ବିଗବୁଲ ଝରିଗାଁ ପ୍ରଥମେ ବ୍ୟାଟିଂ କରି ଦଶ ଅଭର ରେ ୧୪୨ ରନ କରିଥିଲେ । ଭାଲୁକନାଡୀ ଟିମ ନିର୍ଦ୍ଧାରିତ ରନ କୁ ପିଛା କରି ୯୪ ରନ କରିଥିଲେ । ଆଜିର ମ୍ୟାଚ ରେ ଭାଷ୍ୟକାର ଭାବେ ନୀଳକଣ୍ଠ ସାନ୍ତା କରିଥିବା ବେଳେ ସ୍କରର ଭାବେ ଶଙ୍କର ହରିଜନ କରିଥିଲେ । ତେବେ ଏହି ଟୁର୍ଣ୍ଣାମେଣ୍ଟ ଟି ଦୀର୍ଘ ସାତ ଦିନ ଖେଳା ଯିବା ପରେ ୨୧ ରିଖ ରେ ଉଦଯାପିତ ହେବ ବୋଲି କହିଛନ୍ତି ଆୟୋଜିତ ଟିମ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |