କଳାହାଣ୍ଡି ର ଫୁର୍ଲି ଝରନ ରାସ୍ତାରେ ହାତୀ ଆତଙ୍କ

କଳାହାଣ୍ଡି,୨୯/୧(ସୁରେଶ ଚନ୍ଦ୍ର ସାହୁ):ଭବାନୀପାଟଣା ଠାରୁ ଥୁଆମୂଳ- ରାମପୁର୍ ର ୪୬ ନମ୍ବର ରାଜ୍ଯ ରାଜପଥ ଘାଟି ନିକଟରେ ଏକ ବଣୁଆ ହାତୀ ଗଛ ଓ ଡାଳ ପକାଇ ରାସ୍ତା ଅବରୋଧ କରିଥିଲା ଫଳରେ ଦିର୍ଘ ୨ ଘଣ୍ଟା ଧରି ଯାତାୟତ ରେ ବାଧାପ୍ରାପ୍ତ ହୋଇଥିଲା I ଫୁର୍ଲି ଝରନ ଏବଂ ଶଗଡା ମଝି ଜଙ୍ଗଲ ରେ ବଣୁଆ ହାତୀ ରାସ୍ତା ଉପରକୁ ଚାଲି ଆସି ଗଛ ଓ ଡାଳ ଭାଙ୍ଗିବା ସହ ରାସ୍ତା ଉପରେ ପକାଇ ରାସ୍ତାଟିକୁ ଅବରୋଧ କରି ଛିଡା ହୋଇଥିଲା ହାତୀ । ଫଳରେ ରାସ୍ତାର ଦୁଇ ପାର୍ଶ୍ଵରେ ଯାନବାହାନ ଅଟକି ରହିଥିଲା I ତେବେ ସେଠାରେ ମୋବାଇଲ ନେଟୱର୍କ୍ ନଥିବା କାରଣ ରୁ ବନ ବିଭାଗ କୁ ଯୋଗାଯୋଗ କରିପାରି ନଥିଲେ ଲୋକେ । ଦୀର୍ଘ ଦୁଇ ଘଣ୍ଟା ପରେ ହାତୀଟି ରାସ୍ତା ରୁ ହଟି ତଳକୁ ଚାଲି ଯିବା ପରେ ସ୍ବଭାବିକ ହୋଇଥିଲା ଯାତାୟତ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: