କଳା ଓ ସଂସ୍କୃତିକୁ ବଂଚାଇ ରଖିବାରେ ପାୟଲ ମ୍ୟୁଜିକ ଅନନ୍ୟ

କେନ୍ଦ୍ରାପଡା ୧୩/୯ – ଯେତେବେଳେ ଆଧୁନିକତାର ପ୍ରବେଶରେ ସଂସ୍କୃତି ଓ ଲୋକକଳାର ପତନ ହେବାକୁ ବସିଛି ଠିକ ସେହି ସମୟରେ ସଂସ୍କୃତି ଓ ବିଲୁପ୍ତ ହେବାକୁ ଯାଉଥିବା ଲୋକକଳାକୁ ପୁନରୁଦ୍ଧାର କରିବା ଲକ୍ଷ୍ୟରେ ଗତ ୨୦୦୩ମସିହା ଅଗଷ୍ଟମାସ ୧୫ତାରିଖରେ ଜନ୍ମଲାଭ କରେ “ପାୟଲ ମ୍ୟୁଜିକ ସ୍କୁଲ” । ଦୀର୍ଘ ଦିନ,ମାସ ଓ ବର୍ଷର ସଙ୍ଘର୍ଷ ପରେ ସଙ୍ଘର୍ଷ କରି ୧୭ବର୍ଷ ଯୁବା ଅବସ୍ଥାରେ ଆସି ପହଁଚିଛି । “ପାୟଲ ମ୍ୟୁଜିକ ସ୍କୁଲ”ଦୀର୍ଘ ୧୭ବର୍ଷ ଧରି କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ଠାରେ ନୃତ୍ୟ, ବାଦ୍ୟ, ସଂଗୀତ, ଅଭିନୟ ଓ ଚିତ୍ରକଳା କ୍ଷେତ୍ରରେ ଶିକ୍ଷା ଦେବା ପାଇଁ କାର୍ଯ୍ୟ କରି ଆସୁଅଛି । ଏହା ଜିଲ୍ଲାର ଏକମାତ୍ର ପଂଚକଳା ଶିକ୍ଷାନୁଷ୍ଠାନ । ରାଜ୍ୟ ସରକାରଙ୍କ ଦ୍ୱାରା ପଞ୍ଜିକୃତ ଜିଲ୍ଲା ସଂସ୍କୃତି ବିଭାଗ ଓ ରାଜ୍ୟ ସଂସ୍କୃତି ବିଭାଗ ସହିତ ଅନୁବନ୍ଧିତ ଏହି କଳା ଅନୁଷ୍ଠାନ । ପ୍ରାଚୀନ କଳା କେନ୍ଦ୍ର, ସଂଗୀତ ନାଟକ ଏକାଡେମୀ,ଲଳିତକଳା ଏକାଡେମୀ,ଆହ୍ଲାବାଦର ପ୍ରୟାଗ ସଂଗୀତ ସମିତି ଓ ନେହେରୁ ଯୁବ ସଂଗଠନ ଦ୍ୱାରା ସହବନ୍ଧିତ ତଥା କେନ୍ଦ୍ରାପଡା ଜିଲ୍ଲାର ଏକମାତ୍ର ସର୍ବାଧିକ ସହବନ୍ଧିତ ହୋଇଥିବା ସଂଗୀତ ଶିକ୍ଷାନୁଷ୍ଠାନ “ପାୟଲ ମ୍ୟୁଜିକ ସ୍କୁଲ” । ଏହି ସଂଗୀତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଅନୁଷ୍ଠାନରୁ ଶିକ୍ଷା ଗ୍ରହଣ କରି କଳା କ୍ଷେତ୍ରରେ ବିଭିନ୍ନ ସ୍ଥାନରେ ଉଲ୍ଲେଖନୀୟ ସଫଳତା ପାଇପାରିଛନ୍ତି । ଏହି ଅନୁଷ୍ଠାନର ଛାତ୍ର ମହାପ୍ରସାଦ କର ଲୋକପ୍ରୀୟ ଓଡିଆ ଧାରାବାହିକ “ରାନୀ”ରେ ନାୟକ ଭୂମିକାରେ ଅଭିନୟ କରି ବେଶ ଲୋକପ୍ରୀୟ ହୋଇପାରିଛନ୍ତି । ଏହି ଅନୁଷ୍ଠାନର ଛାତ୍ରୀ ରିଅଲିଟି ଶୋ “ରଜ କୁଇନ-୨୦୧୮”ରେ ଫାଇନାଲିଷ୍ଟ ଭାବରେ ଆମ କେନ୍ଦ୍ରାପଡା ଜିଲ୍ଲାକୁ ପ୍ରତିନିଧିତ୍ୱ କରିଛନ୍ତି । ସେହିଭଳି ଜୀ ସାର୍ଥକରେ ପ୍ରସାରିତ ଲୋକପ୍ରିୟ ରିଅଲିଟି ଶୋ “ବେଷ୍ଟ ଡ୍ରାମାବାଜ”ରେ “ପାୟଲ ମ୍ୟୁଜିକ ସ୍କୁଲ”ର ୨ଜଣ କଳାକାର ଟପ୍ -୬କୁ ଯାଇ ଆମ କେନ୍ଦ୍ରାପଡା ଜିଲ୍ଲାକୁ ପ୍ରତିନିଧିତ୍ୱ କରିଥିଲେ । ସେମାନେ ହେଉଛନ୍ତି ସୁଶ୍ରୀ ପ୍ରଲିପ୍ତା ଜେନା ଓ ନବନୀତ ସିଂହ । ଅନୁଷ୍ଠାନର ଛାତ୍ର ନିହାରରଞ୍ଜନ ଜେନା ତବଲାରେ ଅଲ ଇଣ୍ଡିଆ ରେଡିଓ,କଟକ ଦ୍ୱାରା ସ୍ୱୀକୃତି ପ୍ରାପ୍ତ କଳାକାର ଭାବରେ ମନୋନ୍ୱିତ ହୋଇଛନ୍ତି । ସେହିଭଳି ଭାବରେ ସଂଗୀତରେ ୨ଜଣ କଳାକାର ସ୍ୱୀକୃତି ପାଇ ସାରିଛନ୍ତି । ରାଜ୍ୟ ସ୍ତରୀୟ ଯୁବ ମହୋତ୍ସବରେ କେନ୍ଦ୍ରାପଡା ଜିଲ୍ଲାକୁ ୬ଟି ବିଭାଗରେ ଅଂଶଗ୍ରହଣ କରି “ପାୟଲ ମ୍ୟୁଜିକ ସ୍କୁଲ”ର ଛାତ୍ରଛାତ୍ରୀମାନେ ଜିଲ୍ଲା ପାଇଁ ଗର୍ବ ଓ ଗୈାରବ ଆଣି ପାରିଛନ୍ତି ।PAYAL MUSIC SCHOOLRA DERABISH MABHOSTABARE ANSAGRAHANA ସେଥିପାଇଁ ଅନୁଷ୍ଠାନକୁ ଜିଲ୍ଲା ଓ ଜିଲ୍ଲା ବାହାରୁ ବହୁ ପ୍ରଶଂସାର ସୁଅ ଛୁଟିଛି । ର୍ତ୍ତମାନ “ପାୟଲ ମ୍ୟୁଜିକ ସ୍କୁଲ”ରେ ୨୨୦ଜଣ ଛାତ୍ରଛାତ୍ରୀ ନୃତ୍ୟ, ସଂଗୀତ, ବାଦ୍ୟ, ଅଭିନୟ ଓ ଚିତ୍ରକଳା ପ୍ରଭୃତିରେ ଶିକ୍ଷା ଲାଭ କରୁଛନ୍ତି । ପରିତାପର ବିଷୟ ଏହିକି ଯେ “ପାୟଲ ମ୍ୟୁଜିକ ସ୍କୁଲ” ଜିଲ୍ଲା,ରାଜ୍ୟ ଓ ଜାତୀୟ ସ୍ତରରେ ଆଦୃତ ହୋଇଥିଲେ ମଧ୍ୟ ଅବହେଳିତ ହୋଇ ରହିଛି । ଇନ୍ଦୁପୁରରେ ଥିବା ଏହି ଅନୁଷ୍ଠାନକୁ କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାର ପ୍ରାୟ ୫୦ରୁ ୬୦ଟି ଗ୍ରାମର ପିଲାମାନେ ଶିକ୍ଷାଲାଭ କରିବାକୁ ଆସିଥାନ୍ତି । ଏହି ଅନୁଷ୍ଠାନଟି ଏକ ଭଡାଘରେ ଚାଲୁଥିବାରୁ ଏତେସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନରେ ବହୁ ଅସୁବିଧା ସୃଷ୍ଟି ହେଉଛି । ଅନୁଷ୍ଠାନର ନିଜସ୍ୱ ସ୍ଥାନ ଥିଲେ ମଧ୍ୟ ଅର୍ଥ ଅଭାବରୁ ନିଜସ୍ୱ ଗୃହ ନିର୍ମାଣ କରାଯାଇପାରିନାହିଁ । ଯଦି ଜିଲ୍ଲା ପ୍ରଶାସନ କିମ୍ବା ଜନପ୍ରତିନିଧି ମାନେ ସାହାଯ୍ୟ କରିବେ ତା ହେଲେ ଅନୁଷ୍ଠାନର ନିଜସ୍ୱ ଜମିରେ ଗୃହ ନିର୍ମାଣ ହୋଇପାରିବା ସହ ଛାତ୍ରଛାତ୍ରୀମାନେ ଉତ୍ତମ ଶିକ୍ଷା ଲାଭ କରିପାରନ୍ତେ । ଅନୁଷ୍ଠାନର ସଭାପତି ଜଣେ ଅବସରପ୍ରାପ୍ତ ଶିକ୍ଷକ ନୀଳମାଧବ ପତି ଥିବା ବେଳେ ଯୁବ କଳାକାର ପ୍ରତିଷ୍ଠାତା ସମ୍ପାଦକ ଦେବାଶିଷ ସାମଲ, ଅନୁଷ୍ଠାନର ଅଧ୍ୟକ୍ଷ ଭାବେ ରାଷ୍ଟ୍ରପତି ପୁରଷ୍କାରପ୍ରାପ୍ତ ପାଲାଗାୟକ ତଥା ଗାୟକ ସମ୍ରାଟ ଲକ୍ଷ୍ମୀଧର ରାଉତ, ସହ ଅଧ୍ୟକ୍ଷ ଅବସରପ୍ରାପ୍ତ ସାହିତ୍ୟ ଶିକ୍ଷକ ସନାତନ ଜେନା, ସୁଶ୍ରୀ ସୁନନ୍ଦା ସିଂହ, ପରିଚାଳନା କମିଟି ସଦସ୍ୟ ଅବସରପ୍ରାପ୍ତ ଶିକ୍ଷକ ସୁବାଷ ମଜୁମଦାର, ଦେବେନ୍ଦ୍ର କୁମାର ରାଉତ, ଚିତ୍ତରଞ୍ଜନ ରାଉତ, ଲୋକପ୍ରିୟ ବ୍ୟଙ୍ଗ କବି ବିଭୁ ପ୍ରସାଦ ନାୟକ, ପ୍ରଦୀପ କୁମାର ଦାସ, ଲୋକପ୍ରିୟ ଅଭିନେତା ଦୀପକ କୁମାର ବୋଷ, ଓଡିଆ ପ୍ରଫେସର ଡଃ.ସଂଗ୍ରାମ କିଶୋର ରାଉତ ଏବଂ ଶିକ୍ଷକ ପ୍ରଣବ କୁମାର ଜେନା ପ୍ରମୁଖ ଅନୁଷ୍ଠାନର ଉନ୍ନତି ଏବଂ ସ୍ଥାୟୀ ଗୃହ ନିର୍ମାଣ କରିବା ପାଇଁ କେନ୍ଦ୍ରାପଡାର ଲୋକପ୍ରିୟ ବିଧାୟକ ଶଶୀଭୂଷଣ ବେହେରା ଏବଂ ଲୋକପ୍ରିୟ କଳାକାର ତଥା କେନ୍ଦ୍ରାପଡା ସାସଂଦ ଅନୁଭବ ମହାନ୍ତିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!