ଭୁବନେଶ୍ୱର,୨୭ା୩: ଆଜି ଚାଲି ପାରିଲା ନାହିଁ ବିଧାନସଭା ଗୃହ । ଗଣତନ୍ତ୍ରର ହତ୍ୟା ସହିତ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ପଦକୁ ରଦ୍ଦକୁ ନେଇ ଆଜି ଗୃହରେ ଗର୍ଜିଛନ୍ତି କଂଗ୍ରେସ ।ପ୍ରଶ୍ନକାଳରେ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରିବାରୁ ଅପରାହ୍ଣ ୪ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ।
ଆଜି ବିଧାନସଭାରେ ରାହୁଲ ଗାନ୍ଧୀଙ୍କ ସଦ୍ୟସତା ରଦ୍ଦ ପ୍ରସଙ୍ଗରେ ବିଧାନସଭାରେ କଂଗ୍ରେସ ସଦସ୍ୟମାନେ ପ୍ରତିବାଦ ଜଣାଇଥିଲେ। ସେମାନେ ଗୃହକୁ କଳା ପୋଷାକ ପିନ୍ଧି ଆସି ପ୍ରତିବାଦ ଜଣାଇଥିଲେ। ଗୃହ ଭିତରେ କଂଗ୍ରେସ ବିଧାୟକମାନେ ନାରାବାଜି ଓ ହୋ-ହଲ୍ଲା କରିଥିଲେ। ସେମାନେ ବାଚସ୍ପତିଙ୍କ ପୋଡିୟମ ତଳେ ଏକଜୁଟ୍ ହୋଇ ପ୍ରତିବାଦ କଲେ। ଆଜି ସମସ୍ତ କଂଗ୍ରେସ କର୍ମୀ କଳା ପୋଷାକ ପରିଧାନ କରିଛନ୍ତି । ଯାହା ପାଇଁ ଗୃହକୁ ୪ଟାପର୍ଯ୍ୟନ୍ତ ମୁଲତବୀ କରାଯାଇଛି ।କଂଗ୍ରେସର ସବୁ ବିଧାୟକ ମାନେ ରାଜ୍ୟପାଳଙ୍କୁ ଭେଟି ଏକ ମେମୋରେଣ୍ଡମ ଦେବାକୁ ଯାଉଛନ୍ତି । ଏହା ସହିତ ରାଜ୍ୟବ୍ୟାପି ପ୍ରତିବାଦ ଜାରି ରହିବ ବୋଲି ପିସିସ ସଭାପତି ଶରତ ପଟ୍ଟନାୟକ କହିଛନ୍ତି ।ରାହୁଲ ଗାନ୍ଧୀ ସବୁ ବେଳେ ଓବିସିଙ୍କୁ ସମର୍ଥନ କରୁଛନ୍ତି । ଯେଉଁ ନେତା ମାନେ ଚାହୁଁଛନ୍ତି ଗଣତନ୍ତ୍ରର ସୁରକ୍ଷା ରହୁ ସେମାନଙ୍କ ରାହୁଲ ଗାନ୍ଧୀଙ୍କୁ ସମର୍ଥନ କରୁଛନ୍ତି କିନ୍ତୁ ଆମର ଏଠି ବିଜେପି ବିଜେଡି ଏକ ତେଣୁ ଏହି ଘଟଣା ଉପରେ ମୁଖ୍ୟମନ୍ତ୍ରୀ କିଛି ମନ୍ତବ୍ୟ ଦେବେ ନାହିଁ ବୋଲି ମଧ୍ୟ କହି ରାଜ୍ୟ ସରକାରଙ୍କୁ ଶରତ ଟାର୍ଗେଟ କରିଛନ୍ତି ।ତେବେ କେବଳ ରାଜ୍ୟ ନୁହେଁ ବରଂ ଦେଶ ବ୍ୟାପି ଆନ୍ଦୋଳନ ଜାରି ରହିବ ବୋଲି ସେ ସୂଚନା ଦେଇଛନ୍ତି । ମୋଦୀ ସରକାରଙ୍କୁ ଆମେ ଡରୁ ନାହୁଁ କିଭଳି ପ୍ରତିବାଦ କରାଯାଏ ତାହା ସାରା ଦେଶ ଦେଖିବ ବୋଲି କଂଗ୍ରେସ ସୂଚାଇ ଦେଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |