ଭଞ୍ଜନଗର ୧୨/୦୩: କଳିଙ୍ଗା ଘାଟି ଅନ୍ଧାରକୋଟ ନିକଟରେ ଦ୍ରୁତ ଗତିରେ ତେଲ ବୋଝେଇ ଟ୍ରକ ଆସୁଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଦୁର୍ଘଟଣାରେ ଟ୍ରକ୍ ତଳେ ଡ୍ରାଇଭର ଚାପି ହୋଇ ରହିଯାଇଥିଲା । ଘଟଣା ସମ୍ପର୍କରେ ଜି.ଉଦୟଗିରି ଦମକଳ ବାହିନୀକୁ ସୂଚନା ମିଳିବା ପରେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଟ୍ରକରେ ଥିବା ତେଲ ଡବା ଗୁଡିକ ରାସ୍ତାରେ ପଡ଼ିଥିବା ଜଣାପଡ଼ିଛି। ଘଟଣା ସ୍ଥଳରେ ସ୍ଥାନୀୟ ପୁଲିସ ପହଞ୍ଚି ଥିବା ଜଣାପଡ଼ିଛି। ଆଜି ସକାଳେ କଳିଙ୍ଗା ଘାଟି ଖସୁଥିବା ବେଳେ ଏକ ତେଲ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଡ୍ରାଇଭର ଗାଡ଼ିରେ ଚାପି ହୋଇ ଯାଇଥିବା ବେଳେ ଜି.ଉଦୟଗିରି ଦମକଳ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରକୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗାଡ଼ିରେ ଅତ୍ୟଧିକ ପରିମାଣରେ ତେଲ ବୋଝେଇ ହୋଇଯାଇଥିଲା ଦ୍ରୁତ ଗତିରେ ଖସୁଥିବା ବେଳେ ଅନ୍ଧାରିକୋଟି ପାଖ ଏକ ବୁଲାଣ ରେ ଗାଡ଼ିଟି ଓଲଟି ପଡ଼ିଥିଲା। ଏଥିରେ ବହୁତ ତେଲ ପ୍ୟାକେଟ ନଷ୍ଟ ହୋଇଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |