ନବରଙ୍ଗପୁର,(ମିହିର ଶଙ୍କର ପାତ୍ର),୩୦/୦୬:- ରାଜସ୍ଥାନ ଉଦୟପୁର ରେ ହିନ୍ଦୁ ସମର୍ଥକ କହ୍ନେୟାଲାଲ କୁ ଜଘନ୍ୟ ଭାବେ ଦୁଇ ଜଣ ମୁସଲମାନ ହତ୍ୟା କଲେ । ଏହି ଘଟଣା କେବଳ କହ୍ନେଇଲାଲ ର ହତ୍ୟା ନ ଥିଲା, ବରଂ ସଂପୂର୍ଣ୍ଣ ହିନ୍ଦୁ ସମାଜ ଉପରେ ଆକ୍ରମଣ ଥିଲା ବୋଲି ହିନ୍ଦୁ ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର ପ୍ରେସ୍ ବିବୃତି ଦେଇଛନ୍ତି। ହିନ୍ଦୁମାନଙ୍କୁ ଧମକ ଦେବା ପାଇଁ, ଭୟଭୀତ କରିବା ପାଇଁ ଏବଂ ହିନ୍ଦୁ ଧର୍ମ କୁ ଲୋପ କରିବା ପାଇଁ ଏହା ଯୋଜନାବଦ୍ଧ ଉଦ୍ୟମ ଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ସମୟ ଆସିଗଲା ହିନ୍ଦୁ ସଂଗଠିତ ହୁଅନ୍ତୁ, ସତର୍କ ରୁହନ୍ତୁ ଏବଂ ଆତ୍ମ ରକ୍ଷା କରନ୍ତୁ ବୋଲି ସେ ବ୍ୟକ୍ତ କରିଛନ୍ତି। ଦେଶ କୁ ବିଭାଜନ କରିବାକୁ ଉଦ୍ୟମ କରୁଥିବା ଲୋକ ଓ ସାଂପ୍ରଦାୟିକ ହିଂସା କରୁଥିବା ଲୋକ ଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି ସେ ବ୍ୟକ୍ତ କରିଛନ୍ତି।ରିପୋଟ ମିହିର ଶଙ୍କର ପାତ୍ର,ନବରଙ୍ଗପୁର
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |