କାକଟପୁର ମଙ୍ଗଳାଙ୍କୁ ଅଣଦେଖା କରି ଆସୁଛି ଦେବତ୍ୱର ବିଭାଗ, ଅନ୍ତର୍ଜାତିକ ମାନବାଧିକାର ପରିଷଦ ପକ୍ଷରୁ ରାଜ୍ୟ ସରକାରଙ୍କୁ ନିବେଦନ

ଭୁବନେଶ୍ୱର, ୧୧/୯(ଓଡିଆନ ମିଡ଼ିଆ) :- ଓଡିଶାର ପ୍ରସିଦ୍ଧ ଶକ୍ତିପୀଠ ପୁରୀ ଜିଲ୍ଲା କାକଟପୁରର ମା ମଙ୍ଗଳା ମନ୍ଦିର। ହଜାର ହଜାର ବର୍ଷ ପୂର୍ବେ ନିର୍ମିତ ମା ଙ୍କ ମନ୍ଦିର ପୁରୀ ଜଗନ୍ନାଥ ସଂସ୍କୃତି ସହ ଓତଃପ୍ରୋତ ଭାବେ ଜଡ଼ିତ। କାରଣ ମାଙ୍କ ଆଜ୍ଞାମାଳ ପୁରୀ ଜଗନ୍ନାଥ ମନ୍ଦିରରେ ପହଁଚିବା ପରେ ଶ୍ରୀ ଜଗନ୍ନାଥଙ୍କ ନବ କଳେବର ପ୍ରକ୍ରିୟା ଆରମ୍ଭ ହେବା ବିଧି ରହିଆସିଛି। କିନ୍ତୁ ରାଜ୍ୟ ସରକାର ପୁରୀ ମନ୍ଦିର ଏବଂ ସେବାୟତ ମାନଙ୍କ ପାଇଁ କୋଟି କୋଟି ଟଙ୍କାର ଅନୁଦାନ ଦେଉଥିବା ବେଳେ କାକଟପୁର ମଙ୍ଗଳାଙ୍କ ପ୍ରତି ଅଣଦେଖା ଦୁର୍ଭାଗ୍ୟଜନକ। ଏଠାରେ ପ୍ରକାଶ କରୁକି ମାଙ୍କ ପୂଜାବିଧି ପାଇଁ ତତ୍କାଳୀନ ରାଜା ଶହେ ପଚାଶ ଜଣ ସେବାୟତ ନିୟୋଜନ କରିଥିଲେ। ଜଗନ୍ନାଥଙ୍କ ସମ୍ପତି ପରି ପଯ୍ୟାପ୍ତ ସମ୍ପତି ନଥିଲେ ମଧ୍ୟ ମାଙ୍କ ସେବାୟତ ମାନଙ୍କ ଗଠନ ମୂଳକ ମନୋବୃତ୍ତି ପାଇଁ କଷ୍ଟ ହେଲେ ମଧ୍ୟ ପୂଜାବିଧିରେ କୌଣସି ପ୍ରଭାବ ପଡୁନଥିବା ଦେଖିବାକୁ ମିଳେ। ବର୍ଷକୁ ଆୟ ଦାନ ଦକ୍ଷିଣା ଏବଂ ବିଭିନ୍ନ ସୂତ୍ରରୁ ପାଖାପାଖି ଦୁଇ କୋଟି। ଦେବତ୍ୱର ବିଭାଗ ନାମକୁ ମାତ୍ର କାର୍ଯ୍ୟ କରୁଛି। ନିୟମ ଅନୁଯାୟୀ ସର୍ବନିମ୍ନ ତହସିଲଦାର ପାହ୍ୟାର ଅଧିକାରୀ ଟ୍ରଷ୍ଟର ଦାୟିତ୍ୱରେ ରହିବା କଥା। ଏଠି କିନ୍ତୁ ଭିନ୍ନ ନିୟମ। ରାଜନୈତିକ ପ୍ରଭାବ କିମ୍ବା ନିଜର ପାରିବା ପଣିଆ ଯୋଗୁ ଜଣେ କିରାଣୀ ଦୀର୍ଘବର୍ଷ ହେବ ମୁଖ୍ୟ ପରିଚାଳନା ଦାୟିତ୍ୱରେ। ପରିଚାଳନା କମିଟିରେ ସେବାୟତଙ୍କ ଭାଗିଦାରୀ ନାହିଁ। ଯାହା ସରକାରଙ୍କ ଦେବତ୍ୱର ନୀତିର ବିରୁଦ୍ଧାଚରଣ କରେ।

WhatsApp Image 2021 09 10 at 10.49.13 PM

ଏସବୁ ବିଭ୍ରାଟ ତଥା ମନ୍ଦିର ଏବଂ ସେବାୟତ ମାନଙ୍କ ଅବସ୍ଥାର ଆସୁ ସୁଧାର ପାଇଁ କିଛି ସେବାୟତ ବାରମ୍ବାର ରାଜନେତା, ଜିଲ୍ଲାପାଳ ଏବଂ ସରକାରଙ୍କ ନିକଟରେ ଅନେକ ବାର ନିବେଦନ କରି ନିରାଶ ହେବାପରେ, ସେବାୟତ ଦେବାଶିଷ ଦୀକ୍ଷିତଙ୍କ ନେତୃତ୍ୱରେ ଅନ୍ୟାନ୍ୟ ସେବାୟତମାନେ ଅନ୍ତର୍ଜାତିକ ମାନବାଧିକାର ପରିଷଦର ଓଡିଶା ସଭାପତି ମୀନକେତନ ପଟ୍ଟନାୟକଙ୍କୁ ଏବିଷୟରେ ଲିଖିତ ଭାବେ ଜଣାଇବା ପରେ ମୀନକେତନ ପଟ୍ଟନାୟକ ଘଟଣାର ଗୁରୁତ୍ୱ ଉପଲବ୍ଧ କରି ତୁରନ୍ତ ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବ, ରାଜ୍ୟ ଆଇନ ବିଭାଗ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଥିଲେ। ଫଳ ସ୍ୱରୂପ ରାଜ୍ୟ ଆଇନ ବିଭାଗ ତୁରନ୍ତ ପଦକ୍ଷେପ ନେଇ ଦେବତ୍ୱର ବିଭାଗକୁ ପ୍ରତିକାର ପାଇଁ ନିର୍ଦ୍ଧେଶ ଦେଇଥିବା ଜଣାପଡିଛି। ଏହା ଫଳରେ ସେବାୟତ ମାନଙ୍କ ମନରେ କିଛି ମାତ୍ରାରେ ଆଶା ଉଜ୍ଜୀବିତ ହେଇଛି। ସରକାରୀ ବିଭାଗ ଗଠନ ମୂଳକ ମନୋବୃତ୍ତି ନେଇ ମନ୍ଦିରର ଉନ୍ନତି ଦିଗରେ ପଦକ୍ଷେପ ନେଲେ, କେବଳ ସେବାୟତ ନୁହଁ ଓଡ଼ିଶାର ସାଢ଼େ ଚାରିକୋଟି ଲୋକଙ୍କର ଆରାଧ୍ୟ ଦେବୀ କାକଟପୁର ମଙ୍ଗଳା ମନ୍ଦିରର ପୁନରୁଦ୍ଧାର ସମ୍ଭବ ହେବ। ଏଣୁ କେବଳ ସେବାୟତ ନୁହଁ, ସମଗ୍ର କାକଟପୁରବାସୀ ରାଜ୍ୟ ଆଇନ ବିଭାଗକୁ ସାଧୁବାଦ ଜଣାଇଛନ୍ତି।

WhatsApp Image 2021 09 10 at 10.49.52 PM

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: