କାଗଜ ଶୂନ୍ୟ କାର୍ଯ୍ୟଶୈଳୀ ପାଇଁ ଓଡ଼ିଶା ବିଧାନସଭାକୁ ପୁରସ୍କାର

ଭୁବନେଶ୍ୱର,୨୩/୪:ଉତ୍ତରପ୍ରଦେଶର ପ୍ରୟାଗରାଜ୍ ମୋତିଲାଲ ନେହେରୁ ନ୍ୟାସନାଲ ଇଷ୍ଟିଚ୍ୟୁଟ୍ ଅଫ୍ ଟେକ୍‌ନୋଲୋଜି ସମ୍ମିଳନୀ କକ୍ଷରେ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ କମ୍ପ୍ୟୁଟର ସୋସାଇଟି ଅଫ୍ ଇଣ୍ଡିଆ ତରଫରୁ ୧୯ତମ ସିଏସ୍‌ଆଇ ଏସ୍‌ଆଇଜି ଇ-ଗଭର୍ଣ୍ଣାନ୍ସ ପୁରସ୍କାର୨୦୨୧ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏକ ଦିବସୀୟ କର୍ମଶାଳାରେ ଭାରତ ବର୍ଷରୁ ବଛା ବଛା ଇ ଗଭର୍ଣ୍ଣାନ୍ସ ପ୍ରୋଜେକ୍ଟ ଗୁଡ଼ିକୁ ମନୋନୀତ କରାଯାଇ ଏହା ଉପରେ ବକ୍ତାମାନଙ୍କ ତରଫରୁ ଆଲୋକପାତ କରାଯାଇଥିଲା । ଏଥିରେ ଓଡ଼ିଶା ବିଧାନସଭାର ସଚିବ ଦାଶରଥୀ ଶତପଥୀ ଭାଗନେଇ ଓଡ଼ିଶା ବିଧାନସଭାର ପେପରଲେସ୍ ଅଫିସ୍ ଉପରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ ।

WhatsApp Image 2022 04 23 at 10.00.46 PM 1

ଅପରାହ୍ନ ଅଧିବେଶନରେ ସମସ୍ତ ପ୍ରୋଜେକ୍ଟ ଗୁଡ଼ିକୁ ବିଭିନ୍ନ ବର୍ଷରେ ମନୋନୀତ କରାଯାଇ ଫଳକ ସହିତ ମାନପତ୍ର ଦିଆଯାଇ ପୁରସ୍କାର ପ୍ରଦାନ କରାଯାଇଥିଲା । ପ୍ରକାଶଥାଉକି ଓଡ଼ିଶାର ମାନ୍ୟବର ବାଚସ୍ପତି ଡ଼କ୍ଟର ସୂର୍ଯ୍ୟନାରାୟଣ ପାତ୍ରଙ୍କର ବଳିଷ୍ଠ ନେତୃତ୍ୱରେ ବିଧାନସଭା ସଚିବ ଦାଶରଥି ଶତପଥୀଙ୍କର ଅକ୍ଲାନ୍ତ ପ୍ରଚେଷ୍ଠାରେ ଓଡ଼ିଶା ବିଧାନସଭା ଓ ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର(ଏନ୍‌ଆଇସି) ଓଡ଼ିଶା ଶାଖା ତରଫରୁ ଦିଆଯାଇଥିବା ପ୍ରୋଜେକ୍ଟ ଓଡ଼ିଶା ଆସେମ୍ବେଲି ‘ ଜର୍ଣିଂ ଟୁଆଡ୍ ସ ଡ଼ିଜିଟାଲ୍ ଟ୍ରାନ୍ସଫରମେସନ(ପେପରଲେସ୍ ବିଧାନସଭା) ବିଧାନସଭା ବାଚସ୍ପତିଙ୍କ ନିର୍ଦ୍ଦେଶକ୍ରମେ ସଚିବ ଦାଶରଥୀ ଶତପଥୀ, ରାଜ୍ୟ ସୂଚନା ଅଧିକାରୀ କବିତା ରାୟଦାସ, ବରିଷ୍ଠ ବୈଷୟିକ ନିର୍ଦ୍ଦେଶିକା ସରିତା ସାହୁ, ବିଧାନସଭାର ଉପନିର୍ଦ୍ଦେଶିକା ଆରତୀ ମିଶ୍ର ମାନ୍ୟବର ମୁଖ୍ୟ ଅତିଥି ଆହ୍ଲାବାଦ୍ ଉଚ୍ଚ ନ୍ୟାୟାଳୟର ନ୍ୟାୟାଧୀଶ ଅଜିତ୍ ସିଂଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି । ଓଡ଼ିଶା ବିଧାନସଭା ବାଚସ୍ପତିଙ୍କ ସୌଜନ୍ୟରୁ ମୁଖ୍ୟ ଅତିଥିଙ୍କୁ ଜଗନ୍ନାଥ ମହାପ୍ରଭୁଙ୍କର ଏକ ପ୍ରତିମୂର୍ତ୍ତି ଦିଅଯାଇଥିଲା ।

WhatsApp Image 2022 04 23 at 7.03.14 PM

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: