କାଜୁ ବଗିଚାରୁ ଝୁଲୁଥିବା ଅବସ୍ଥାରେ ବିଧବା ମହିଳାଙ୍କ ଶବ ଉଦ୍ଧାର

ମୁନିଗୁଡା,୨୩/୫ (ନନ୍ଦ କିଶୋର ପଟ୍ଟନାୟକ)ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ବାଙ୍କୀଲି ଗ୍ରାମ ନିକଟସ୍ଥ ଏକ କାଜୁ ବଗିଚାରେ ଜଣେ ବିଧବା ମହିଳା ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି l ମହିଳାଙ୍କ ଶବ ଗଛରେ ଝୁଲୁଥିବା ଦେଖି କିଛି ଲୋକ ପୋଲିସକୁ ଖବର ଦେଇଥିଲେ l ଖବର ପାଇ ଘଟଣା ସ୍ଥଳରେ ମୁନିଗୁଡା SDPO ଆକାଶ ଚନ୍ଦ୍ର ସାହୁ,ଆଇଆଇସି ସୁଜ୍ଞାନୀ ସାହୁ,ଏଏସଆଇ ଚନ୍ଦ୍ରମା ଶବର ପ୍ରମୁଖଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀ ଓ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପ୍ରାଥମିକ ତଦନ୍ତ ବେଳେ ମୃତ ମହିଳା ଜଣଙ୍କ ତେଲେଙ୍ଗାପଦର ଗ୍ରାମ ପଞ୍ଚାୟତର ବୋରିଖାଲ ଗ୍ରାମର ଆଦମା ବାଞ୍ଜିଲିକା(୪୮) ବୋଲି ଜଣାପଡ଼ିଥିବା ବେଳେ ସେ ସାମାନ୍ୟ ମାନସିକ ରୋଗରେ ଆକ୍ରାନ୍ତ ଏବଂ ସ୍ୱାମୀ ୧୦ବର୍ଷ ତଳେ ମୃତ୍ୟୁ ବରଣ କରିଥିବା ଜଣାପଡିଛି l ତେବେ ଏହା ଆତ୍ମହତ୍ୟା ନାଁ ହତ୍ୟା ତାହା ସନ୍ଦେହ ଘେରରେ ଥିବା ବେଳେ ପୋଲିସର ତଦନ୍ତ ଓ ଶବ ବ୍ୟବଛେଦ ପରେ ହିଁ ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ସ୍ଥାନୀୟ ଲୋକେ ଆଲୋଚନା କରୁଛନ୍ତି। ଅନ୍ୟପଟେ ପୋଲିସ ଟିମ ଶବ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ମୁନିଗୁଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି। ଅଧିକ ତଥ୍ୟ ସଂଗ୍ରହ ପାଇଁ ସ୍ଥାନୀୟ ଅଞ୍ଚଳରେ ପଚରାଉଚରା କରୁଥିବା ବେଳେ ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ପୋଲିସ ସୂତ୍ରରୁ ଜଣାପଡିଛି l

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: