କାଜୁ ବାଡ଼ରେ ଚାଲିଥିବା ଜୁଆ ଆଡ୍ଡାରେ ଚଢ଼ାଉ, ୮ ଅଟକ,୧୪ ବାଇକ ଜବତ

ନବରଙ୍ଗପୁର,୧୪/୬( ମିହିର ଶଙ୍କର ପାତ୍ର):ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ହଳଦୀ ଗ୍ରାମ ପାଖ କାଜୁବାଡ଼ରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୮ ଜଣ ଅଟକ ରଖିଥିବା ସହ ୧୪ ବାଇକ, ୫ଟି ମୋବାଇଲ ଏବଂ ୧୨ ହଜାର ୭୦୦ ସହ ଟଙ୍କା ଜବତ କରିଛି ଡାବୁଗାଁ ପୋଲିସ । ସନ୍ଧ୍ୟା ୭ ଟା ବେଳେ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ କାଜୁବାଡ଼ ରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଛଡାଉ କରିଥିଲେ । ପୋଲିସ ଛଡାଉ ସମୟରେ କିଛି ଜୁଆଡି ଛତ୍ରଭଙ୍ଗ ହୋଇଥିଲେ ବୋଲି ଥାନା ଅଧିକାରୀ ସୁରେନ୍ଦ୍ର କୁମାର ବେହୁରିୟା ସୂଚନା ଦେଇଛନ୍ତି ।ଏନେଇ ଡାବୁଗାଁ ଥାନାରେ ଏକ ମାମଲା ରୁଜୁ କରି କେଶ ନ- ୯୮/୨୧ ତଦନ୍ତ ଜାରୀରହିଛି ।

WhatsApp Image 2021 06 13 at 8.06.22 PM

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: