କାଞ୍ଜିପାଣି ଘାଟିରେ  ଜଳିଗଲା ଯାତ୍ରୀବାହୀ ବସ୍‌ ,ବର୍ତ୍ତିଲେ ୨୫ ଯାତ୍ରୀ

ତେଲକୋଇ ,୧୧।୦୬:  କାଞ୍ଜିପାଣି ଘାଟିରେ  ଜଳିଗଲା ଯାତ୍ରୀବାହୀ ବସ୍‌ । ଅଳ୍ପକେ ବର୍ତ୍ତିଲେ ୨୫ ଯାତ୍ରୀ ।  ଏହି ଘାଟି ଚଢୁଥିବା ବେଳେ ପାଢ଼ୀ ନାମକ ଏକ ଘରୋଇ ବସ୍‌ରେ ନିଆଁଲାଗି ଯାଇଥିଲା । ଏହା ପ୍ରାୟ ରାତି ୩ ଟା ବେଳର ଘଟଣା । ସାଙ୍ଗେ ସାଙ୍ଗେ ବସ୍‌ରୁ ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇଥିଲା । ତେଣୁ ଏକ ବଡ଼ ଅଘଟଣରୁ ରକ୍ଷା ମିଳିଛି । ଧିରେ ଧିରେ ବସ୍‌ଟି ପୁରା ଜଳି ଯାଇଥିଲା । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଖବର ଅନୁଯାୟୀ,  ଶୁକ୍ରବାର ବିଳମ୍ବିତ ରାତିରେ ରାଉରକେଲାରୁ କେନ୍ଦୁଝରକୁ ପାଢି ଆଣ୍ଡ୍ ପାଢି ନାମକ ଏକ ଯାତ୍ରୀବାହୀ ବସ୍  ୨୫ ଜଣ ଯାତ୍ରୀଙ୍କୁ ନେଇ ରାଉରକେଲାରୁ କେନ୍ଦୁଝର ଅଭିମୁଖେ ଯାଉଥିଲା ବସ୍‌ । ଏହି ସମୟରେ କାଞ୍ଜିପାଣି ଘାଟି ନିକଟରେ ବସ୍‌ ଇଞ୍ଜିନରୁ ହଠାତ୍ ଧୂଆଁ ବାହାରିବାକୁ ଲାଗିଲା । ଧୂଆଁ ବାହାରୁଥିବା ଦେଖି ଡ୍ରାଇଭର ଗାଡ଼ି ରଖି ଦେଇଥିବା ବେଳେ ଯାତ୍ରୀମାନଙ୍କୁ ବସ୍‌ରୁ ଓହ୍ଲାଇବାକୁ କୁହାଯାଇଥିଲା । ତେବେ ଏହି ଘଟଣାରେ କୌଣସି ଜୀବନ ହାନୀ ହୋଇ ନଥିବା ଜଣାଯାଇଛି । ବସ୍‌ରେ ନିଆଁ ଲାଗିବା ପରେ ସମସ୍ତ ଯାତ୍ରୀ ସଙ୍ଗେ ସଙ୍ଗେ ଓହ୍ଲାଇ ପଡ଼ିଥିଲେ। ଫଳରେ କେହି ମୃତାହତ ହୋଇନାହାଁନ୍ତି। ତେବେ ଯାତ୍ରୀମାନଙ୍କର ଜିନିଷପତ୍ର ଜଳିଯାଇଛି। ସଟ୍ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। କିନ୍ତୁ ବସ୍‌ରେ ଥିବା ଯାତ୍ରୀଙ୍କର ସମସ୍ତ ଆସବାବାପତ୍ର ପୋଡି ପାଉଁଶ ହୋଇଯାଇଛି ।

ସେପଟେ ନୟାଗଡ଼ରେ ଜଳିଯାଇଛି ତେଲ ଟ୍ୟାଙ୍କର । ଏକ ତେଲ ଟ୍ୟାଙ୍କର ନୟାଗଡର ବଡପଣ୍ଡୁସର ବ୍ରିଜଠାରେ ଦୁର୍ଘଟଣାଗ୍ରସ୍ତ ହୋଇ ତଳକୁ ଖସି ପଡ଼ିଥିଲା । ଏହି ଘଟଣାରେ ୪ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ପ୍ରାଥମିକ ସୂଚନା ଅନୁସାରେ ମୃତକଙ୍କ ମଧ୍ୟରେ ୪ଜଣ ସ୍ଥାନୀୟ ଲୋକ ଥିବା କୁହାଯାଉଛି । ସେମାନେ ହେଲେ ପଙ୍କଜ ନାୟକ, ଦିପୁ ଖଟୁଆ, ସମୀର ନାୟକ ଓ ଚନ୍ଦନ ଖଟୁଆ ।  ସେମାନେ ଉଦ୍ଧାର ପାଇଁ ଯାଇଥିବା ବେଳେ ଟ୍ୟାଙ୍କରଟି ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ ଜଣେ ଗୁରୁତର ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ନୟାଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । ବିଳମ୍ବିତ ରାତି ପ୍ରାୟ ଗୋଟାଏ ୪୫ରେ ଘଟିଥିଲା ଏହି ଦୁର୍ଘଟଣା । ସ୍ଥାନୀୟ ଲୋକେ ଖବର ପାଇ ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟ କରିଥିଲେ । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପକ୍ଷରୁ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: