କାଟଣାରେ ବିଜେପି କାର୍ଯ୍ୟାଳୟ ଉଦ୍‌ଘାଟିତ

ରାଜକନିକା,୨୯/୧: ରାଜକନିକା ବ୍ଲକ୍ ଅନ୍ତର୍ଗତ କାଟଣାବଣିଆଁ ଗ୍ରାମ ପଂଚାୟତରେ ବିଜେପି କାର୍ଯ୍ୟାଳୟକୁ ଆଳିର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା ଦୋଳଗୋବିନ୍ଦ ନାୟକ ଉଦ୍‌ଘାଟନ କରିଛନ୍ତି । ୨୯ ନମ୍ବର ଜୋନ୍‌ର ସାଧାରଣ ସଂପାଦକ ପ୍ରକାଶ ଦାସ ଏବଂ ଉପସଭାପତି ସମୀର ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି ଉଦ୍‌ଘାଟନ ଉତ୍ସବରେ କାର୍ଯ୍ୟକର୍ତ୍ତା ବିଷ୍ଣୁ ଚରଣ ଦାସ, ରମେଶ ନାୟକ, ନିରଞ୍ଜନ ବିଶ୍ୱାଳ, ଜୟରାମ ନାୟକ, ଜଗନ୍ନାଥ ନାୟକ, ବିଷ୍ଣୁ ଚରଣ ବେହେରା, ନିର୍ମଳ ନାୟକ, ବିଷ୍ଣୁ ଚରଣ ବଳ, ବସନ୍ତ ବେହେରା, କେଦାର ବେହେରା, ସନନ୍ତ ଦାସ, ସୁରେନ୍ଦ୍ର ବେହେରା, ପ୍ରିୟ ରଞ୍ଜନ ଦ୍ୱିବେଦୀ, ଦିବ୍ୟରଞ୍ଜନ ପତି,ଅନାଦି ସାମଲ, ମହେନ୍ଦ୍ର ବେହେରା, ଅଜାମ୍ବର ବେହେରା ଏବଂ ବିଶ୍ୱଜିତ୍ ନାୟକ ପ୍ରମୁଖ ଶତାଧିକ କର୍ମୀ ଯୋଗଦେଇ ଆଗାମୀ ଦିନରେ ଦଳର ସଂଗଠନ ଅଧିକ ସୁଦୃଢ଼ ହେବା ନେଇ ମତବ୍ୟକ୍ତ କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: