କାନପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା:୫ଜଣଙ୍କ ମୃତ୍ୟୁ ଓ ୯ ଗୁରୁତର

ନୂଆଦିଲ୍ଲୀ ୩୧/୦୧: ଉତ୍ତରପ୍ରଦେଶର କାନପୁର ଜିଲ୍ଲାରେ ରବିବାର ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।  ଏକ ଇଲେକ୍ଟ୍ରିକ୍ ବସ୍ ନିୟନ୍ତ୍ରଣ ହରାଇ ପଥଚାରୀଙ୍କ ଉପରେ ଚଢିଯାଇଛି । ଫଳରେ ଏଥିରେ ୫ ଜଣ ଲୋକଙ୍କ ଜୀବନ ଯାଇଛି । ସେହିଭଳି ୯ ଜଣ ଗୁରୁତର ହୋଇଛନ୍ତି ।  ଆହତମାନେ ସ୍ଥାନୀୟ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି ।ସହରର ଏକ ବାବୁପୁରୱା ପୋଲିସ ଷ୍ଟେସନ ପରିସରର ଟାଟମିଲ ଛକ ନିକଟରେ ଘଟିଛି ଏହି ଘଟଣା । ଦ୍ରୁତ ଗତିରେ ଆସୁଥିବା ଭାରସାମ୍ୟ ହରାଇ ଅନେକ ଲୋକଙ୍କ ଉପରେ ମାଡିଯାଇଥିଲା । ନିୟନ୍ତ୍ରଣ ହରାଇବା ପରେ ଇ-ବସଟି ଟ୍ରାଫିକ ବୁଥ ପୋଷ୍ଟରେ ଯାଇ ମାଡ ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ  ୫ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ଘଣ୍ଟାଗରରୁ ଟାଟମିଲ ଛକ ମଧ୍ୟରେ ଘଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ନିକଟସ୍ଥ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: